ବ୍ଲାଉଜ ନାହିଁ ତ କ୍ରପ୍‌ ଟପ୍‌ରେ କାମ ଚଳିବ

ଭୁବନେଶ୍ୱର: ଶାଢ଼ିର ଲୋକପ୍ରିୟତା କେବେ କମିବନି । ବିବାହିତା ହୁଅନ୍ତୁ କି ଅବିବାହିତା । ଶାଢ଼ି ପିନ୍ଧିବା ପ୍ରାୟ ପ୍ରତ୍ୟେକ ନାରୀଙ୍କ ସଉକ । ଆଧୁନିକ ରମଣୀଙ୍କ ମନକୁ ଜିଣିଲା ଭଳି ଶାଢ଼ିଗୁଡ଼ିକ ବଜାରକୁ ଆସୁଛି ।

ମହିଳାଙ୍କ ରୁଚିକୁ ଠିକ ଭାବେ ପଢ଼ିଲା ଭଳି ଶାଢ଼ି ଡିଜାଇନରଙ୍କୁ ବେଶ ମୋଟା ଅଙ୍କ ଦରମାରେ ନିଯୁକ୍ତ କରୁଛନ୍ତି କମ୍ପାନୀ । କାଳି ଗୋରୀ ଶ୍ୟାମଳି ପ୍ରାୟ ସବୁ ରଙ୍ଗ ଓ ବୟସର ଝିଅମାନଙ୍କ ପାଇଁ ଶାଢ଼ି ମିଳୁଛି ।

ଶାଢ଼ିକୁ ଅଧିକ ସୁନ୍ଦର କରିଦିଏ ବ୍ଲାଉଜ । ଶାଢ଼ିର ରଙ୍ଗ ଅନୁସାରେ ଡିଜାଇନ ବ୍ଲାଉଜ ଦରକାର ପଡେ଼ । ବ୍ଲାଉଜ ବିନା ଶାଢ଼ିର ଭୂମିକା ଶୂନ ।

ଆଜିକାଲି ଧନୀ ମହିଳାମାନେ ଶସ୍ତା ଶାଢ଼ିକୁ ଦାମୀ ବ୍ଲାଉଜ ବ୍ୟବହାର କରୁଛନ୍ତି । ଗୋଟିଏ ଗୋଟିଏ ବ୍ଲାଉଜର ମୂଲ୍ୟ ଅନ୍ୟୁନ ୫ ହଜାର ଟଙ୍କାରୁ ଅଧିକ ହେବ ।

ସେଲିବ୍ରିଟିଙ୍କ ବ୍ଲାଉଜ ଡିଜାଇନକୁ ଅଧିକାଂଶ ମହିଳା ପସନ୍ଦ କରିଥାନ୍ତି । ଏବେ ଆସନ୍ତୁ ଆମ ଟପିକ୍‌ ଉପରକୁ ଯିବା । ଧରି ନିଅନ୍ତୁ, ଆପଣଙ୍କ ପାଖରେ ଶାଢ଼ିଟିଏ ଅଛି; ମାତ୍ର ତାକୁ ମ୍ୟାଚ୍‌ କଲା ଭଳି ବ୍ଲାଉଜ ନାହିଁ । ବଜାରକୁ ଯାଇ ଆଉ ଗୋଟିଏ ନୂଆ ବ୍ଲାଉଜ କିଣିବାକୁ ତର ନାହିଁ ।

ତଥାପି ଡର ନାହିଁ, କେବଳ କ୍ରପ୍‌ ଟପ୍‌ରେ କାମ ଚଳାଇ ଦେଇହେବ । ଖାଲି ଟିକେ ଶାଢ଼ିର ରଙ୍ଗକୁ ଦେଖି!