ଆଉ ବିଜୁଳି ବେଗରେ ଚାଲିବନି ଫେରାରୀ

ନୂଆଦିଲ୍ଲୀ: ଭାରତର ସଡ଼କରେ ଆଉ ବିଜୁଳି ବେଗରେ ଚାଲିବନି ବିଳାସମୟ ଗାଡ଼ି ଫେରାରୀ ଓ ଲିମ୍ବୋର୍ଗିଣୀ ।ବୋଲୋଗ୍ନା ସହରର ସୁରକ୍ଷା ଓ ଭିଡକୁ ଦୃଷ୍ଟିରେ ରଖି ଗାଡ଼ିର ବେଗ କମାଇ ଦେଇଛନ୍ତି ସରକାର । ଇଟାଲୀର ଚଳଚଂଚଳ ସହର ଭିତରୁ ବୋଲୋଗ୍ନା ଗୋଟିଏ ।

ଇଟାଲୀ ରାସ୍ତାରେ ଦାମୀ କାର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିଲା ବେଳେ ଗାଡ଼ିକୁ ଦ୍ରୁତଗତିରେ ଚଳାଇବା ଗୋଟିଏ ସଉକ । ସରକାରଙ୍କ କଟକଣା ଯୋଗୁ ଆଗକୁ ଗାଡ଼ିଗୁଡ଼ିକ ଘଂଟା ପ୍ରତି ୩୦ କିମି ବେଗରେ ଗଡ଼ିବ । ଚଳିତ ବର୍ଷ ଜାନୁଆରୀରୁ ଲାଗୁ ଏହି ନିୟମକୁ ଅଧିକାଂଶ ସଂଗଠନ ପ୍ରତିବାଦ କରିଛନ୍ତି ।

ସାଧାରଣ ଚାଳକଙ୍କୁ ବାଦ ଦେଲେ ସବୁଠାରୁ ବେଶି ଅସୁବିଧା ଭୋଗୁଛନ୍ତି କ୍ୟାବ୍‌ ଚାଳକ । ବେଗ ଉପରେ ସରକାରୀ ଅଙ୍କୁଶ ସଂପର୍କରେ ଯାତ୍ରୀଙ୍କୁ ବୁଝାଇ ବୁଝାଇ ଥକିଗଲେଣି କ୍ୟାବ୍‌ ଚାଳକ ।

ଭାରତରେ ଅଧିକ ବେଗ କାରଣରୁ ଦୁର୍ଘଟଣା ହାର ବୃଦ୍ଧି ପାଉଛି । ଇଟାଲୀ ସରକାରଙ୍କ ଭଳି ଭାରତ ସରକାର ଯଦି ଦ୍ରୁତତମ ଗାଡ଼ିକୁ ଧିମାଗତିରେ ଚଲାଇବାକୁ ପରାମର୍ଶ ଦିଅନ୍ତି । ଅବଶ୍ୟ ଆମ ସରକାର କେତେକ ସ୍ଥାନରେ ଗାଡ଼ିର ବେଗ କମାଇବାକୁ ପୋଷ୍ଟର ଲଗାଇଛନ୍ତି ।