ବିଜେଡିରେ ପାଣ୍ଡିୟାନଙ୍କ ଅନୁଗତଙ୍କୁ ଟିକେଟ୍‌

ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡିରୁ କିଛି ନେତା ବିଦାୟ ନେଇଛନ୍ତି; କିଛି ପ୍ରବେଶ କରିଛନ୍ତି । ଆମେ ଜାଣିବାକୁ ପାଇଛୁ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି ।

କର୍ପୋରେଟ୍‌ ଦୁନିଆ ଛାଡ଼ି ଓଡ଼ିଶା ରାଜନୀତିରେ ପ୍ରବେଶ କରିଛନ୍ତି ସନ୍ତୃପ୍ତ ମିଶ୍ର । ରାଜ୍ୟସଭା ନିର୍ବାଚନ ଘୋଷଣା ପରେ ପରେ ବିଜେଡିରେ ଏଭଳି ହାଲଚାଲ ଟିକେ କେମିତି କେମିତି ଲାଗୁଛି ।

ବିଜେଡିରୁ ପୁରୁଣା ମୂଷାଙ୍କ ପଳାୟନ ଓ ନୂଆ ମୂଷାଙ୍କ ଆଗମନ ଆଗାମୀ ନିର୍ବାଚନକୁ ବେଶ ସରଗରମ କରିବ ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରକାଶ ପାଇଛି । ବିଜେଡିକୁ ୧୩୦ରୁ ଅଧିକ ଆସନରେ ଜିତାଇବା ପାଇଁ ପାଣ୍ଡିୟାନ ପୁରାଦମ୍‌ ଲଗାଇ ଦେଇଛନ୍ତି ।

ଶୁଣିବାକୁ ମିଳୁଛି, ବିଜେଡିର ଦାଗବିହୀନ ନେତାଙ୍କୁ ଦଳୀୟ ଟିକେଟ୍‌ ଦିଆଯିବ । ବିଶେଷ କରି ପାଣ୍ଡିୟାନଙ୍କ ଅନୁଗତ ଟିକେଟ୍‌ ପାଇବେ; ଅନ୍ୟମାନେ ଦଳ ପାଇଁ ପ୍ରଚାର କରିବେ ।