ଦେଶରେ ଭୋଟରଙ୍କ ସଂଖ୍ୟା ୯୭ କୋଟି

ନୂଆଦିଲ୍ଲୀ: ଦେଶରେ ପଂଜୀକୃତ ଭୋଟରଙ୍କ ସଂଖ୍ୟା ୯୬.୮୮ କୋଟି । ଆଜି ନିର୍ବାଚନ ଆୟୋଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥର ଲୋକସଭା ନିର୍ବାଚନରେ ପ୍ରାୟ ୯୭ କୋଟି ଭୋଟରଙ୍କୁ ମତଦାନ କରିବାର ଅଧିକାର ମିଳିଛି ।

ମାତ୍ର ପ୍ରତିଥର ଭଳି ଏଥର ମଧ୍ୟ ୩୭ ଭାଗ ଭୋଟର ମତଦାନ ପ୍ରକ୍ରିୟାରୁ ବିରତ ରହିବା ଆଶଙ୍କା କରାଯାଉଛି ।୨୦୧୯ ଲୋକସଭା ନିର୍ବାଚନ ପରଠାରୁ ୨ କୋଟିରୁ ଅଧିକ ଯୁବକ ଯୁବତୀଙ୍କୁ ନୂଆ ଭୋଟର ଭାବେ ଗ୍ରହଣ କରାଯାଇଛି ।