ଜେଲରୁ ଶାସନ ପରିଚାଳନା କରୁଛନ୍ତି କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଝାମେଲାରେ ପଡ଼ି ଇଡି ଦ୍ୱାରା ଗିରଫ ହୋଇ ରିମାଣ୍ଡରେ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖି ମୋହଲ୍ଲା କ୍ଲିନିକ୍ ଚଲାଇବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଚିଠି ପାଇବା ପରେ ପ୍ରଶାସନିକ ତତ୍ପରତା ପ୍ରକାଶ କରିଥିଲେ । ଆପ୍ ସରକାରଙ୍କ ମୋହଲ୍ଲା କ୍ଲିନିକ୍ ଜରିଆରେ ଦିଲ୍ଲୀ ଜନତାଙ୍କୁ ବିନା ମୂଲ୍ୟରେ ଯାବତୀୟ ପରୀକ୍ଷା ଓ ମେଡିସିନ୍ସ ଦିଆଯିବାର ବନ୍ଦୋବସ୍ତ କରାଯାଇଛି ।
ନିକଟ ଅତୀତରେ କେତୋଟି ମୋହଲ୍ଲା କ୍ଲିନିକରେ ଦରକାରୀ ଔଷଧର ଅଭାବ ଜାଣିବାକୁ ପାଇଥିଲେ କେଜ୍ରିୱାଲ । ସଂପୃକ୍ତ ଅଭିଯୋଗର ସତ୍ୟତା ପରୀକ୍ଷା କରି ଆଶୁ ପଦକ୍ଷେପ ନେବାକୁ ଚିଠି ଲେଖିଥିଲେ କେଜ୍ରିୱାଲ ।