ରାଜ୍ୟରେ ତାତିରୁ ମିଳୁନି ଆଶ୍ୱସ୍ତି

ଭୁବନେଶ୍ବର :ରାଜ୍ୟରେ ପ୍ରବଳ ତାତି ଓ ଗ୍ରୀଷ୍ମ ପ୍ରବାହରେ ଜନ ଜୀବନ ଅସ୍ତବ୍ୟସ୍ତ । ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ୬ତାରିଖରୁ କାଳବୈଶାଖୀ ଜନିତ ବର୍ଷା ପବନ ଯୋଗୁଁ ଗ୍ରୀଷ୍ମପ୍ରବାହରୁ ଆଶ୍ବସ୍ତି ମିଳିବା ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଥିବା ବେଳେ ଗୁରୁବାର କିଛି ଅଞ୍ଚଳରେ ତାତି କମିଛି । ଅପରପକ୍ଷେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଅତିକ୍ରମ କରିଛି ।