ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହୋଇଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେବା ସହିତ ଏହା ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରେ ଏହା ବାଂଲାଦେଶ ଉପକୂଳ ଆଡ଼କୁ ଗତି କରୁଛି । ବାଂଲାଦେଶ ଖେପୁପାରା ଠାରୁ ଏହା ବର୍ତମାନ ୮୦୦ କିଲୋମିଟର ଦୂରରେ ରହିଛି ।
ତେବେ ଓଡ଼ିଶା ଉପରେ ଏହି ସମ୍ଭାବ୍ୟ ବାତ୍ୟାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବାତ୍ୟାଟି ପଶ୍ଚିମବଙ୍ଗ ଉପକୂଳ ଏବଂ ବାଂଲାଦେଶ ଉପକୂଳ ଆଡକୁ ଗତି କରୁଥିବା ବେଳେ ଓଡ଼ିଶା ଉପକୂଳରେ ଏହାର ବିଶେଷ ପ୍ରଭାବ ପଡିବ ନାହିଁ । ତେବେ ଆଜିଠୁ ଓଡ଼ିଶାରେ ପାଗରେ ପରିବର୍ତ୍ତନ ହେବା ସହ ପାଗ ସାମନ୍ୟ କୋହଲା ରହିବ ।