ଶରୀରକୁ ଫିଟ ରହିବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଟିପ୍ସ

ପୁଷ୍ଟିକର ଖାଦ୍ୟ ଆପଣଙ୍କ ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ । ଅଧିକାଂଶ ଲୋକ ସକାଳୁ କଫି କିମ୍ବା ଚା’ ପିଇ ଦ୍ଵିପହର ପର୍ଯ୍ୟନ୍ତ ଭୋକିଲା ରହିଯାଆନ୍ତି । କିନ୍ତୁ ଏହା ସ୍ୱାସ୍ଥ୍ୟପ୍ରତି ହାନିକାରକ ।

ସକାଳୁ ଗ୍ରୀନ ଟି ପିଇଲେ ମାନସିକ ଅବସାଦ ଦୂର ହୁଏ ଏବଂ ମସ୍ତିଷ୍କ ତାଜା ଲାଗେ । ତେଣୁ ଏକ କପ ଗ୍ରୀନ ଟିରୁ ସକାଳ ଆରମ୍ଭ କରିବା ଶରୀର ପାଇଁ ଉପାଦେୟ । ଓଟ୍‌ସ– ଏହା ପାଚନ ପ୍ରକ୍ରିୟାକୁ ତ୍ୱରିତ କରିଥାଏ । ଶରୀରକୁ ହାଲୁକା ଅନୁଭବ କରାଇବା ସହ ସତେଜ ରଖେ।

ବ୍ରେକଫାଷ୍ଟରେ ଗୋଟିଏ ସେଓ ଖାଇବା ଉଚିତ । ସେଓ ଖାଇବା ଦ୍ୱାରା ଶରୀରକୁ ଅନେକ ପୋଷକ ତତ୍ୱ ମିଳିବା ସହ ଦେହ ଫୁର୍ତ୍ତି ରହେ । ସେଓ ଖାଇବା ଦ୍ୱାରା ଡାଇବେଟିସ, ହୃଦରୋଗ, ବ୍ଲଡ୍ ପ୍ରେସର ଓ ଅନ୍ୟାନ୍ୟ ରୋଗ ସମସ୍ୟା ଦୂର ହୋଇଥାଏ ।

ସକାଳୁ ଗୋଟିଏ ଅଣ୍ଡା ଖାଇଲେ ଦେହକୁ ଶକ୍ତି ମିଳେ। ଯଦି ସମ୍ଭବ ତେବେ ପ୍ରତିଦିନ ଦୁଇଟି ସିଝା ଅଣ୍ଡା ଖାଇପାରନ୍ତି । ଅଣ୍ଡାରେ ଅଧିକ ପରିମାଣରେ ପ୍ରୋଟିନ ଥାଏ । ଶରୀରରେ ମାଂସପେଶୀକୁ ମଜଭୁତ କରିବା ପାଇଁ ଅଣ୍ଡା ଖାଇବା ଜରୁରୀ । ଅଣ୍ଡାର କେଶର ନଖାଇ ଧଳା ଅଂଶ ଖାଇପାରିବେ ।