ମିଠା ମିଠା କଥା କହୁଛନ୍ତି ବିରୋଧୀ: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର,(ସାକ୍‌ସୀ ନ୍ୟୁଜ୍‌): ବିରୋଧୀଙ୍କୁ ସିଧା ଟାର୍ଗେଟ କରିଛନ୍ତି ଭିକେ ପାଣ୍ଡିଆନ। ବିରୋଧୀ ଦଳ ନିର୍ବାଚନ ବେଳେ କେବଳ ମିଠା ମିଠା କଥା କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ସେମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଓ ଦିନରେ ଲଣ୍ଠନ ଦେଖାଇବାକୁ ଚେଷ୍ଟା କରୁଛନ୍ତି ।

ଭୋଟରମାନେ ଏଥିପ୍ରତି ସଚେତନ ରହିବାକୁ ଅପିଲ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ସେ କହିଛନ୍ତି, ସୁକିନ୍ଦା ଜଗନ୍ନାଥ ମନ୍ଦିର ପାଇଁ ଦେଢ କୋଟି ଟଙ୍କା ସହ ସୁକିନ୍ଦାକୁ ଏକ ଲକ୍ଷ କୋଟି ଟଙ୍କାର ପୁଂଜିନିବେଶ, ଦୁଇଟି ରେଳୱେ ଓଭରବ୍ରିଜ ଓ ରେଙ୍ଗାଲି ବାମ କେନାଲ କାର୍ଯ୍ୟକ୍ଷମ ହେବା ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର ।

ନବୀନ ପଟ୍ଟନାୟକ ସବୁବେଳେ ଲୋକଙ୍କ ଆବଶ୍ୟକତାକୁ ଗୁରୁତ୍ବ ଦେଇଥାନ୍ତି । ତେଣୁ ଜୁନ ୯ରେ ଷଷ୍ଠ ଥର ପାଇଁ ଶପଥ ନେବା ପରେ ସେହିଦିନ ବିଜୁଳି ବିଲ ଛାଡ, ସମସ୍ତଙ୍କୁ ବିଏସକେୱାଇ କାର୍ଡ ଓ ମିଶନ ଶକ୍ତି ମହିଳାଙ୍କୁ ପେନସନ ଘୋଷଣା କରିବେ ।