୨୦୨୪ରେ ନିଜ ଗୋଡରେ କୁରାଢି ମାରିଛି ବିଜେପି । ଏଭଳି କହିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ୯ ସେଲ୍ଫ ଗୋଲ କଥା କହି ଭାରତୀୟ ଜନତା ପାର୍ଟିକୁ ଘେରିଲେ ପାଣ୍ଡିଆନ । ଗୋଟିଏ ପରେ ଗୋଟିଏ ଉଦାହରଣ ଦେଇ ବୁଝାଇଲେ ।
୧- ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀମନ୍ଦିରକୁ ରାଜନୀତିକୁ ଟାଣିବାକୁ ପସନ୍ଦ କରୁନାହାନ୍ତି ଓଡ଼ିଶାବାସୀ
୨- ବିଜେପି ସରକାରକୁ ଆସିଲେ ମିଶନଶକ୍ତି ବନ୍ଦ କରିବେ
୩- ବିଏମକେୱାଇ ବନ୍ଦ କରି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଇସ୍ତାହାରରେ ଘୋଷଣା କରିଛି ଦଳ
୪- ଯୁବକଙ୍କ ପାଇଁ ବିଜେପି ଇସ୍ତାହାର କିଛି ନାହିଁ । ହେଲେ ସ୍କୁଲ ଓ କଲେଜ ରୂପାନ୍ତରଣକୁ ବନ୍ଦ କରିବାକୁ ବିଜେପି କହୁଛି ।
୫- ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ପରିଚୟ ପାଇଁ ଗଠନ କରିଥିବା ଏସଡିସିକୁ ବନ୍ଦ କରିବେ
୬- ଡବଲ ଇଞ୍ଜିନ ସରକାର ଥିବା ରାଜ୍ୟରେ ଶାନ୍ତି ନାହିଁ ତ ଡବଲ ଇଞ୍ଜିନ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ
୭- ବିଜେଡିର ମାଗଣା ବିଦ୍ୟୁତ୍ ଘୋଷଣା ପରେ ବିଜେପିକୁ କରେଣ୍ଟ ଲାଗିଛି । ବିଜେପି ସୋଲାର ବ୍ୟବସ୍ଥାରେ ବିଦ୍ୟୁତ୍ ଯୋଗାଇବା କଥା କହୁଛି ।
୮- ଚାଷୀଙ୍କ ପାଇଁ ୩୧୦୦ ଟଙ୍କା ଏମଏସପି ବଡ ଜୁମଲା
୯- ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଭାଉଚର ଦେବାକୁ ବିଜେପିର ଘୋଷଣା ମଧ୍ୟ ଅନ୍ୟ ଏକ ଜୁମଲା ବୋଲି ପାଣ୍ଡିଆନ କହିଛନ୍ତି ।
ସେହିପରି ସେ ଆହୁରି କହିଛନ୍ତି ଯେ ଓଡିଶାବାସୀ ଜାଣିଛନ୍ତି ଓଡିଶାରେ ବିଜେପିର ସ୍ଥିତି କିଛି ନାହିଁ। ବିଜେଡି ତୃତୀୟ ପର୍ୟ୍ୟାୟ ପରେ ଲୋକଙ୍କ ଆଶୀର୍ବାଦରେ ବହୁମତ ପାଇ ସାରିଛି। ବିଜେଡି କ୍ଲିନ ସୁଇପ କରିବ । ୯୦ରୁ ୯୫ ପ୍ରତିଶତ ଷ୍ଟ୍ରାଇକ ରେଟ ହେବ । ଯାଜପୁର, ଭଦ୍ରକ ,ଜଗତସିଂପୁର ,କେନ୍ଦ୍ରାପଡ଼ା ବାଲେଶ୍ୱର ,ମୟୂରଭଞ୍ଜ ହେଉଛି ବିଜେଡିର ଗଡ଼ ।