ଜାମ୍ମୁ କାଶ୍ମୀରରେ ହେବ ବିଧାନସବା ନିର୍ବାଚନ

ସାକ୍‌ସୀ ନ୍ୟୁଜ୍‌ ବ୍ୟୁରୋ : ଅମରନାଥ ଯାତ୍ରା ଶେଷ ହେବା ପରେ ହୋଇପାରେ ନିର୍ବାଚନ । ଜମ୍ମୁ-କାଶ୍ମୀରରୁ ୩୭୦ ଉଚ୍ଛେଦ ପରେ ବିଧାନସଭା ନିର୍ବାଚନକୁ ଅପେକ୍ଷା କରି ବସିଛନ୍ତି ସେଠାକାର ଜନତା । ତେବେ ଏହାକୁ ନେଇ ଆସିଛି ଏକ ବଡ଼ ଖବର । ଅଗଷ୍ଟ ୧୯ରେ ସରୁଛି ଅମରନାଥ ଯାତ୍ରା । ଏହା ପରେ ପରେ ହୋଇପାରେ ନିର୍ବାଚନ ।

ବିଜେପି ଜାତୀୟ ନେତୃବୃନ୍ଦ ରାଜ୍ୟ ବିଜେପି ନେତାମାନଙ୍କୁ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ଅମିତ ଶାହ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ବିଜେପିର ଅନେକ ବରିଷ୍ଠ ନେତାମାନଙ୍କୁ ନେଇ ଏକ ବୈଠକ ହୋଇଥିଲା । ଦଳ ଜମ୍ମୁ କଶ୍ମୀରରେ ସମସ୍ତ ୯୦ଟି ଆସନରେ ନିର୍ବାଚନ ଲଢ଼ିବ।

୨୦୧୮ ନଭେମ୍ବରରେ ଜମ୍ମୁ କଶ୍ମୀର ବିଧାନସଭା ଭଙ୍ଗ ହୋଇଥିଲା। ୨୦୧୯ ଅଗଷ୍ଟରେ ଜମ୍ମୁ କଶୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଥିବା ଧାରା ୩୭୦ ଉଚ୍ଛେଦ କରାଗଲା ଏବଂ ରାଜ୍ୟକୁ ୨ ଭାଗରେ ବିଭକ୍ତ କରି ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଗଲା। ଜମ୍ମୁ କଶ୍ମୀରରେ ବିଜେପି ନିର୍ବାଚନ ପୂର୍ବରୁ କୌଣସି ମେଣ୍ଟ କରିବନି ବୋଲି ଜଣାପଡ଼ିଛି। କିନ୍ତୁ କିଛି ସମଭାବାପନ୍ନ ଦଳ ସହ ଆସନ ବୁଝାମଣା କରିପାରେ।

ସେହିପରି ଏହି ନିର୍ବାଚନରେ ଦଳ କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେବନାହିଁ। ଆସନ୍ତା କିଛି ଦିନ ମଧ୍ୟରେ ବିଜେପି ଜାତୀୟ ନେତାମାନଙ୍କ ସହ କିଛି ପ୍ରମୁଖ କେନ୍ଦ୍ରମନ୍ତ୍ରୀ ଜମ୍ମୁ କାଶ୍ମୀର ଗସ୍ତ କରିପାରନ୍ତି। ରାଜ୍ୟରେ ପାର୍ଟି ଏକ ଜନସମ୍ପର୍କ କାର୍ଯ୍ୟକ୍ରମ କରିବାକୁ ଯାଉଛି । ବିଜେପି ରାଜ୍ୟ ନେତୃତ୍ୱ ଓ ସଙ୍ଗଠନରେ ବର୍ତମାନ କୌଣସି ପରିବର୍ତ୍ତନ କରିବ ନାହିଁ । ଏବେ ରବିନ୍ଦ୍ର ରୈନା ଜାମ୍ମୁ-କାଶ୍ମୀର ରାଜ୍ୟ ସଭାପତି ପଦରେ ରହିଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଜମ୍ମୁ କାଶ୍ମୀର, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଏବଂ ହରିୟାଣାରେ ଏକସଙ୍ଗେ ବିଧାନସଭା ନିର୍ବାଚନ ହୋଇପାରେ।