ପୁରୀ(ଏସ୍ ନ୍ୟୁଜ): ଗତକାଲି ପୁଲିସ ହେପାଜତରେ ପୁରୀର କେ.ରମେଶଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାର ଲୋକଙ୍କୁ ରାତିଅଧିଆ ପୁଲିସ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ପରିବାର ଲୋକଙ୍କୁ ରାତିଅଧିଆ ପୁଲିସ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ମୃତ ରମେଶଙ୍କ ବାପା, ମାଆ ଓ ଦାଦାକୁ ଗତ ବିଳମ୍ବିତ ରାତିରୁ ପୁଲିସ ଉଠାଇନେଇଛି। ଏଯାଏଁ ପୁଲିସ ସେମାନଙ୍କୁ ଛାଡ଼ିନଥିବାରୁ ରମେଶଙ୍କ ଘରେ କାନ୍ଦ ବୋବାଳି ପଡିଛି।
କାହାଳି ସେତିକି ନୁହେଁ କାହିଁକି ପୁଲିସ ସେମାନଙ୍କୁ ଏଯାଏଁ ଛାଡୁନି? ଏହା ପଛରେ କ’ଣ କାରଣ ରହିଛି ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି। ଏଥିସହ ରମେଶଙ୍କ ମୃତଦେହକୁ କାହିଁକି ତାଙ୍କ ଘର ଲୋକଙ୍କୁ ହସ୍ତାନ୍ତର କରାଗଲା ନାହିଁ ଏବଂ ଘର ଲୋକଙ୍କୁ ନଜଣାଇ କାହିଁକି ପୁଲିସ୍ ଅନ୍ତିମ ସଂସ୍କାର କଲା। ସେନେଇ ମଧ୍ୟ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି।
ସେପଟେ ଜାତୀୟ ମାନବାଧିକାର ଫ୍ରଣ୍ଟ୍ର ସଦସ୍ୟମାନେ ଏହି ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ସହାୟତା ପ୍ରଦାନ ସହ ଦୋଷୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ଗିରଫ କରିବାକୁ ଦାବି କରିଛନ୍ତି।
ଗତକାଲି ପୁଲିସ୍ର ଥାର୍ଡ ଡିଗ୍ରୀ ଯୋଗୁଁ ରମେଶଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ପରେ ଏହି କଥାକୁ ଖଣ୍ଡନ କରିଥିଲେ ପୁରୀ ଏସ୍ପି। ପୁଲିସ ହେପାଜତରେ ତା’ର ମୃତ୍ୟୁ ହୋଇଥିବା ନେଇ ସେ ସ୍ପଷ୍ଟ କରିଥିଲେ। NHRC ଗାଇଡ୍ଲାଇନ୍ ଅନୁସାରେ ଘଟଣାର ତଦନ୍ତ ହେବ ବୋଲି ମଧ୍ୟ କୁହାଯାଇଥିଲା। ପରେ ଏହି ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହଇଥିଲା।
ଅନ୍ୟପଟେ ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରେ ହାଜତ ମୃତ୍ୟୁ ପ୍ରସଙ୍ଗ। ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ପ୍ରତିକ୍ରିୟା। ବିଧାନସଭା ରେ ଏ ପ୍ରସଙ୍ଗ ନିଶ୍ଚିତ ଉଠିବ। ଆଜି ଅପରାହ୍ନରେ ଏ ପ୍ରସଙ୍ଗ ଉଠାଇ ସରକାର ଙ୍କୁ ଜବାବ ମାଗିବ। ସେହିପରି ମୁଖ୍ୟମନ୍ତ୍ରୀ ଘେରୋଇ ବିଭାଗ ଦାୟିତ୍ୱରେ ଅଛନ୍ତି। ଗୋଟିଏ ଦିନରେ ଦୁଇଟି ହାଜତ ମୃତ୍ୟୁ ଓଡିଶା ବାସୀଙ୍କୁ ସ୍ତମ୍ଭଭୂତ କରିଛି। ସେ ଜାଗାରେ କଣ ପଦକ୍ଷେପ ନିଆଯାଇଛି ମୁଖ୍ୟମନ୍ତ୍ରୀ ଜବାବ ରଖନ୍ତୁ। ନହେଲେ ଆମେ ଗୃହ ଅଚଳ କରିବୁ ବୋଲି କହିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।
ବିଧାନସଭା ରେ ଯୋଉ ପ୍ରସଙ୍ଗ ବିରୋଧୀ ଉଠାଇବେ ସରକାରଙ୍କ ପକ୍ଷରୁ ଜବାବ ଦିଆଯିବ। ବିରୋଧି ଦଳ ମାନେ ତାଙ୍କ କାର୍ଯ୍ୟ କରୁଛନ୍ତି। ତଦନ୍ତ ଚାଲିଛି। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଜେଡି ବିଧାୟକ ଅମର ଶତପଥୀଙ୍କ ପ୍ରତିକ୍ରିୟା ରଖିଛନ୍ତି ।