ମହାପ୍ରଭୁଙ୍କ ରହସ୍ୟମୟ ରତ୍ନଭଣ୍ଡାର: ତାଲା କାଟି ଖୋଲାଗଲା ଭିତର ରତ୍ନଭଣ୍ଡାର

ଟ୍ରେଜେରୀରୁ ଆସିଥିବା ଚାବିରେ ତାଲା ଖୋଲିଲା ନାହିଁ..

ପୁରୀ,(ସାକ୍‌ସୀ ନ୍ୟୁଜ୍‌): ଚାବିରେ ଖୋଲିଲା ନାହିଁ, ତାଲା ଭଙ୍ଗାଗଲା । ତାଲା ଭାଙ୍ଗି ଖୋଲାଗଲା ଭିତର ରତ୍ନଭଣ୍ଡାର । ଟ୍ରେଜେରୀରୁ ଆସିଥିବା ଚାବିରେ ତାଲା ଖୋଲିଲା ନାହିଁ । ଏସଓପି ଅନୁସାରେ ତାଲା କାଟି ଭିତର ରତ୍ନଭଣ୍ଡାର ଖୋଲାଗଲା । ଦୀର୍ଘ ୫ ଦଶନ୍ଧି ପରେ ଖୋଲି ମହାପ୍ରଭୁଙ୍କ ରହସ୍ୟମୟ ରତ୍ନଭଣ୍ଡାର । ୪୬ ବର୍ଷ ପରେ ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର । ତାଲା ଭାଙ୍ଗି ଭିତରଭଣ୍ଡାରକୁ ପଶିଲେ ହାଇଲେବଲ୍ କମିଟି ।ଶୁଭମୁହୂର୍ତ୍ତ ଦିନ ୧.୨୮ ମିନିଟରେ ରତ୍ନଭଣ୍ଡାର ଖୋଲାଯାଇଥିଲା । ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯାଇଥିଲା ପରେ ଭିତର ରତ୍ନଭଣ୍ଡାର ତାଲାକୁ କଟାଯାଇଥିଲା । ବାହାର ଭଣ୍ଡାର ଅଳଙ୍କାର ସବୁ ସ୍ଥାନାନ୍ତର ହେଲା ବୋଲି ମଧ୍ୟ କହିଛନ୍ତି ମୁଖ୍ୟ ପ୍ରଶାସକ । ଏସ୍‌ଓପି ଅନୁସାରେ ବାହାର ରତ୍ନଭଣ୍ଡାର ତାଲା ଖୋଲାଗଲା । ତାଲା ଖୋଲାଯାଇ ସବୁ ଅଳଙ୍କାର ସ୍ଥାନାନ୍ତରଣ କରାଗଲା । ଚାଙ୍ଗଡ଼ା ଘର, ଫୁଲ ଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌କୁ ସ୍ଥାନାନ୍ତର । ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପରେ ସିଲ୍‌ କରାଗଲା ବୋଲି କହିଛନ୍ତି ।

ତେବେ ଭିତର ରତ୍ନ ଭଣ୍ତାର ଖୋଲିଥିବା ବେଳେ ସେଥିରୁ କୌଣସି ଅଳଙ୍କାର ସ୍ଥାନାନ୍ତର ହୋଇନଥିବା କହିଛନ୍ତି ମୁଖ୍ୟ ପ୍ରଶାସକ । ବାହାର ରତ୍ନଭଣ୍ଡାରରେ ପଡ଼ିଥିବା ୩ଟି ତାଲା ଭଙ୍ଗାଗଲା । ବଣ୍ଡାରରେ ସିନ୍ଦୁକ, ଆଲମାରୀରେ ରତ୍ନ ଅଳଙ୍କାର ରଖାଯାଇଥିବା କହିଛନ୍ତି ଅରବିନ୍ଦ ପାଢୀ ।

ରତ୍ନଭଣ୍ଡାର ଖୋଲିଲା, ଏବେ ରତ୍ନଅଳଙ୍କାର ଗଣତି-ମଣତିକୁ ଅପେକ୍ଷା। ଏସବୁ ଭିତରେ ମନକୁ ଆସୁଛି ଅନେକ ପ୍ରଶ୍ନ। ରହସ୍ୟମୟ ଭଣ୍ଡାର ଭିତରୁ ମିଳିବ କି ବିଭିନ୍ନ ଗଜପତି ରାଜ୍ୟ ଜୟ କରି ଆଣିଥିବା ଧନରତ୍ନ, ମୁକୁଟ ଓ ସିଂହାସନ। କେବଳ ପ୍ରଥମ ଓ ଦ୍ବିତୀୟ ନୁହେଁ, ଜନଶ୍ରୁତି ଅନୁସାରେ ସମ୍ଭାବ୍ୟ ତୃତୀୟ କୋଠରୀ ଓ ଭୂତଳ ଗୁପ୍ତ ଭଣ୍ଡାରର ଅନୁସନ୍ଧାନ ମଧ୍ୟ ଆବଶ୍ୟକ ବୋଲି କହିଲେ ଐତିହ୍ୟ ଗବେଷକ । ଖୋଲିବ କି ରାଜରାଜେଶ୍ବରଙ୍କ ରତ୍ନଭଣ୍ଡାରର ଅଭେଦ୍ୟ ରହସ୍ୟ ? ୫ ଦଶନ୍ଧି ପରେ ଉଦ୍ଧାର ହେବ କି ମଉଡ଼ମଣିଙ୍କ ମହଣ ମହଣ ଅଳଙ୍କାର ? ଶେଷ ଥର ପାଇଁ ୧୯୭୮ ମସିହାରେ ଖୋଲାଯାଇଥିଲା ଭିତର ରତ୍ନଭଣ୍ଡାର। ସେହିବର୍ଷ ମେ ୧୩ରୁ ଜୁଲାଇ ୨୩ ଯାଏଁ ୭୧ ଦିନ ଧରି ଚାଲିଥିଲା ଗଣତି ମଣତି । ଏବେ ରତ୍ନଭଣ୍ଡାର ଖୋଲାଗଲା କିନ୍ତୁ ଗଣତି ମଣତି ହେବ ଏକ ବଡ଼ ଚ୍ୟାଲେଞ୍ଜ ।