ଆରମ୍ଭ ହୋଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏବଂ ମୋହନ ସରକାରର ଏହା ପ୍ରଥମ ବଜେଟ୍ ଅଧିବେଶନ । ଏଥିରେ ୨୭ଟି କାର୍ୟ୍ୟଦିବସ ରହିଛି । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ଅଧିବେଶନ । ଆସନ୍ତା ୨୫ ତାରିଖରେ ଗୃହରେ ଉପସ୍ଥାପନ ହେବ ୨୦୨୪-୨୫ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ । ଅଧିବେଶନ ପାଇଁ ବିଜେପି ଓ ବିଜେଡି ବିଧାୟକ ଦଳ ବୈଠକ କରି ରଣନୀତି ପ୍ରସ୍ତୁତ କରିସାରିଥିବା ବେଳେ କଂଗ୍ରେସ ମଧ୍ୟ ନିଜର ରଣନିତି ପ୍ରସ୍ତୁତ କରିଛି । ଏହି ଅଧିବେଶନ ମୋହନ ସରକାର ପାଇଁ ବେଶ ଚାଲେଞ୍ଜିଂ ରହିବ ।

ନୂଆ ସରକାରକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିରୋଧୀ ବିଜେଡି । ଆଡ଼ପ ପହଣ୍ଡି ବେଳେ ମହାପ୍ରଭୁ ବଳଭଦ୍ର ପଡ଼ିଯିବା ଘଟଣା, ରାଜ୍ୟପାଳଙ୍କ ପୁଅ ବିବାଦ ପ୍ରସଙ୍ଗ, ଦରଦାମ ବୃଦ୍ଧି, ଧାନ ଏମଏସପି ୩୧୦୦କୁ ବୃଦ୍ଧି, ୩୦୦ ୟୁନିଟ ମାଗଣା ବିଜୁଳି ପ୍ରତିଶ୍ରୁତି କଥା ଉଠାଇ ନୂଆ ସରକାରଙ୍କୁ ଟାର୍ଗେଟ କରିବାକୁ ଯୋଜନା କରିଛି ବିଜେଡି ।

Odishaପଟେ ବିରୋଧୀଙ୍କୁ କାଉଣ୍ଟର କରିବା ସହ କେଉଁ ପ୍ରସଙ୍ଗ ବିଧାନସଭାରେ ଉଠାଇବେ ସେ ନେଇ ରଣନୀତି ପ୍ରସ୍ତୁତ ହୋଇଛି । ମୋହନ ସରକାରଙ୍କ ୪୦ ଦିନର ଉପଲବ୍ଧି କଥା ବିଧାନସଭାରେ ରଖିବ ଦଳ । ସରକାରକୁ ଆସୁ ଆସୁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ସୁଭଦ୍ରା ଯୋଜନା ପାଇଁ ପ୍ରକ୍ରିୟା ଆରମ୍ଭ, ଏହା ସହ ପୂର୍ବ ନବୀନ ସରକାରର ୨୪ ବର୍ଷର କଳା ଚିଠା ଖୋଲି ବିଜେଡିକୁ କାଉଣ୍ଟର କରିବାକୁ ରଣନୀତି ପ୍ରସ୍ତୁତ ହୋଇଛି ।