୨୦୨୪-୨୫ ଆର୍ଥିକ ବଜେଟ ଉପରେ ଗୃହରେ ସାଧାରଣ ଆଲୋଚନା ଆରମ୍ଭ ହେବ। ମୋହନ ସରକାର ୨ ଲକ୍ଷ ୬୫ ହଜାର କୋଟିର ବଜେଟ ଆଣିଛନ୍ତି । ଏହା ଉପରେ ଶାସକ ଓ ବିରୋଧି ଦଳର ସଦସ୍ୟମାନେ ସେମାନଙ୍କର ମତ ରଖିବେ । ଏହାରି ଭିତରେ ବିରୋଧୀଙ୍କ ହାତରେ ଲାଗିଛି ନୂଆ ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀ ଅଧିବେଶନ ଚାଲିଥିବା ସମୟରେ କିପରି ଗୃହ ବାହାରେ ଏକ ସରକାରୀ ଘୋଷଣା କଲେ ତାହାକୁ ନେଇ ସରକାରଙ୍କୁ ଗୃହରେ ଘେରିବେ ବିରୋଧୀ ।
ଅଗ୍ନିବିରଙ୍କୁ ନିଯୁକ୍ତି ମିଳିବା ଘୋଷଣାକୁ ନେଇ କଂଗ୍ରେସ ଓ ବିଜେଡି ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିବା ସହ ନୀତି ଆୟୋଗ ବୈଠକରେ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗ ଉଠାଯାଇନଥିବାରୁ ଏହାକୁ ଗୃହରେ ଉଠାପାରନ୍ତି ବିରୋଧି । ଅନ୍ୟପଟେ ଆଜି ଗୃହରେ ରହିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡ଼ିକର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ।
ସ୍ୱରାଷ୍ଟ୍ର,ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲୋକ୍ଟ୍ରୋନିକସ୍ ଓ ସୂଚନା ପ୍ରଯୁକ୍ତି,ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଓ ଅର୍ଥ ଭଳି ବିଭାଗ ରହିଛି।ଯେହେତୁ ଗୋଟେ ଦୁଇଟି ବିଭାଗ ଛାଡିଦେଲେ ଅନ୍ୟ ମନ୍ତ୍ରାଳୟ ଗୁଡ଼ିକ ଯେହେତୁ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ ରହିଛି ଗୃହ କିପରି ଚାଲୁଛି ତାଉପରେ ସମସ୍ତଙ୍କ ନଜର ରହିଛି ।