ସେପ୍ଟେମ୍ବର ୩ରେ ହେବ ରାଜ୍ୟସଭା ନିର୍ବାଚନ

ଓଡ଼ିଶା ସମେତ ଦେଶର ୯ ରାଜ୍ୟରେ ଖାଲି ପଡିଥିବା ୧୨ଟି ରାଜ୍ୟସଭା ଆସନ ପାଇଁ ପଡିବ ଭୋଟ୍ । ଏନେଇ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ବିଜ୍ଞପ୍ତି ଅନୁସାରେ, ଅଗଷ୍ଟ ୧୪ ତାରିଖରେ ରାଜ୍ୟସଭା ନିର୍ବାଚନ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଅଗଷ୍ଟ ୨୧ ସୁଦ୍ଧା ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ । ଅଗଷ୍ଟ ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଏହାପରେ ସେପ୍ଟେମ୍ବର ୩ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ପଡିବ । ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟ୍ ପଡିବ ବୋଲି ନିର୍ବାଚନ ଆୟୋଗଙ୍କ ତରଫରୁ କୁହାଯାଇଛି । ଏହାପରେ ଭୋଟ୍ ଗଣନା କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।

ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା ସହ ପ୍ରାର୍ଥୀ ଘୋଷଣା ନେଇ ବିଜେପି ଶିବିରରେ ଆଲୋଚନା ଆରମ୍ଭ ହୋଇଛି । ବିଜେଡି ଛାଡି ବିଜେପିରେ ଯୋଗଦେଇଥିବଲା ମମତା ମହନ୍ତଙ୍କୁ ପୁଣି ଥରେ ବିଜେପି ରାଜ୍ୟସଭାକୁ ପଠାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଏହାଛଡା ରାଜ୍ୟ ସଭାପତି, ମନମୋହନ ସାମଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନାଁ ବି ଆଗରେ ରହିଛି । ତେବେ କାହା ନାଁ ରେ କେନ୍ଦ୍ରୀୟ କମିଟି ମୋହର ମାରୁଛି ତା’ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।