ଏବେ ବି ମୁଖ୍ୟମନ୍ତ୍ରୀ ପଦରେ ନବୀନ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ରାଜ୍ୟରେ ମୁଖ୍ୟମନ୍ତ୍ରୀ ଆସନରେ ଏବେ ମୋହନ ମାଝି । ୨୦୨୪ ଜୁନ ୪ ତାରିଖରୁ ମୁଖ୍ୟମନ୍ତ୍ରୀ ପଦରୁ ବିଦା ହେଲେଣି ନବୀନ ପଟ୍ଟନାୟକ । ମାତ୍ର ଏବେ ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ରାସ୍ତାକଡ଼ରେ ସରକାରୀ ଫଳକରେ ଦେଖିବାକୁ ମିଳୁଛି ନବୀନ ପଟ୍ଟନାୟକଙ୍କୁ । ରାୟଗଡ଼ା, ବେଲପାହାଡ଼, କନ୍ଧମାଳର ଅଗନା ଅଗନି ଗ୍ରାମାଂଚଳ କଥା ଛାଡ଼ନ୍ତୁ । ଭୁବନେଶ୍ୱର ପଟିଆ ଷ୍ଟେସନ ନିକଟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲାଗିଥିବା ଫଳକଟି ହଟିନି ।

ନିୟମିତ ସେଇବାଟ ଦେଇ ରାଜ୍ୟ ବିଜେପିର ବହୁତ କର୍ମୀ ଯାଆ ଆସ କରୁଛନ୍ତି । ମାତ୍ର କେହି ଜଣେ ବିଜେପିର କୋଉ ବଡ଼ ନେତାଙ୍କୁ ଜଣାଇ ନାହାନ୍ତି । ଏପରିକି ସଂପୃକ୍ତ ଅଂଚଳରେ ବିଜେପି ଟିକେଟରେ ନିର୍ବାଚନ ଲଢୁଥିବା ନେତା ପ୍ରିୟଦର୍ଶୀ ମିଶ୍ର ମଧ୍ୟ ସବୁଦେଖି ନିରବ ରହିଛନ୍ତି । ସେହି ଫଳକଟିକୁ ଦେଖି କିଛି ଦିନ ଅଳ୍ପ ପାଠୁଆ ମଜୁରିଆ କହୁଛନ୍ତି, ଆମ ନବୀନ ବାବୁ ବିଜେଡି ଛାଡ଼ି ବିଜେପିରେ ପଶିବେ । ମୋଦି ତାଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବେ ।