ଶ୍ରୀମନ୍ଦିରରେ ଆଜି ନନ୍ଦୋତ୍ସବ

ଜନ୍ମାଷ୍ଟମୀରେ ଭକ୍ତିଭାବରେ ବୁଡିଲା ସାରା ବିଶ୍ଵ। ସୋମବାର ରାତିରେ ବିଭିନ୍ନ କୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇଛି। ଏଥିପାଇଁ ମନ୍ଦିର ଗୁଡିକରେ ସ୍ଵତନ୍ତ୍ର ନୀତିକାନ୍ତି କରାଯାଇଥିଲା । ଶ୍ରୀମନ୍ଦିରରେ ଆଜି ପାଳିତ ହେବ ନନ୍ଦୋତ୍ସବ ନୀତି। ସନ୍ଧ୍ୟା ଆଳତି ସରିବା ପରେ ମହାଜନ ସେବାୟତମାନେ ରାମକୃଷ୍ଣ ଓ ଦକ୍ଷିଣ ଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ। ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହେବ।