୧୦ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ବାଲେଶ୍ୱର ଜିଲ୍ଲାରେ ନାହିଁ ନଥିବା ବନ୍ୟା । ତାରି ଭିତରେ ରାଜ୍ୟର ପାଣିପାଗ ବିଭାଗ ୧୦ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ତୁହାକୁ ତୁହା ପବନ ହେବ ବୋଲି ପୂର୍ବାନୁମାନ କରିଛି । ଠାଏ ଠାଏ ଘଡ଼ଘଡ଼ି ସାଙ୍ଗକୁ ଦଲକାଏ ପବନ ବହିବାର ଆଶଙ୍କା ପ୍ରକାଶ କରିଛି । ସୂଚନାନୁସାରେ ଲଘୁଚାପ ପ୍ରଭାବରେ ବରଗଡ଼, ଦେଓଗଡ଼, ଝାରସୁଗୁଡ଼ା, ଢେଙ୍କାନାଳ, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ସୋନପୁର ଓ ସମ୍ବଲପୁରରେ ବଜ୍ରପାତ ସାଙ୍ଗକୁ ପ୍ରବଳ ବର୍ଷା ହୋଇପାରେ । ପଡୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼ର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ଦୃଷ୍ଟିରୁ ଆହୁରି ଦୁଇଦିନ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ରହିବ ।