ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟରେ ଆଜି ସର୍ବକାଳୀନ ରେକର୍ଡ଼ ୩୩୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଏଜାବତ୍ ମୋଟ ପଜିଟିଭ୍ ସଂଖ୍ୟା ୮୭ ହଜାର ପାର କରିଛି। ୨୦୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୩୧୮ ଜଣ ଲୋକାଲ କେସ ବୋଲି ସୂଚନା ଓ ଲୋକସମ୍ପର୍କ ଜଣାଇଛି।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୪୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୫୭, ଗଞ୍ଜାମରୁ ୧୯୬, ଯାଜପୁରରୁ, ନୟାଗଡ଼ରୁ ୧୭୧, ସୁନ୍ଦରଗଡ଼ରୁ ୧୫୪, ରାୟଗଡ଼ାରୁ ୧୪୬, ପୁରୀରୁ ୧୪୪, ମାଲକାନଗିରିରୁ ୧୩୪, ଭଦ୍ରକରୁ ୧୧୪, ସମ୍ବଲପୁରରୁ ୧୦୭ ଜଣ ପଜିଟିଭ୍ ବାହାରିଛନ୍ତି। ଏହାସହ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ୪୪୧ ଜଣଙ୍କର ଏପର୍ଯ୍ୟନ୍ତ ଓଡ଼ିଶାରେ କରୋନା ଯୋଗୁଁ ମୃତ୍ୟୁ ହେଲାଣି।
ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ୍ କେସ ୨୭,୬୩୮ ଥିବାବେଳେ ୫୯,୪୭୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଗତକାଲି ୨୫୪୬ ଜଣ ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ସେହିଭଳି ରାଜ୍ୟରେ ପାଖାପାଖି ୧୫ ଲକ୍ଷ ନମୂନା ପରୀକ୍ଷଣ ଶେଷ ହୋଇଛି।