ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ବସିବ। ଏନେଇ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ତେବେ କୋଭିଡ଼ ନିୟମାବଳୀକୁ ମାନି କିଭଳି ସାମାଜିକ ଦୂରତା ପାଳନ କରାଯିବ ଏ ବାବଦରେ କିଛି ସ୍ପଷ୍ଟ କରିନାହାନ୍ତି ବାଚସ୍ପତି। ପରେ ଏ ସମ୍ପର୍କିତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ଅଧିବେଶନ ବେଳେ ସାମ୍ବାଦିକ ମାନଙ୍କୁ ଭିତରକୁ ପ୍ରବେଶ ଅନୁମତି ମିଳିବା ନା ନାଇଁ ଏନେଇ ମଧ୍ୟ ସେ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ କହିଛନ୍ତି।
ସୂଚନାଯୋଗ୍ୟ, ସଂସଦର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହେଉଛି। ସାମାଜିକ ଦୂରତା ରକ୍ଷା ଲାଗି ସେଠାରେ ସକାଳ ଘଡ଼ିରେ ଲୋକସଭା ଏବଂ ଅପରାହ୍ନ ଘଡ଼ିରେ ରାଜ୍ୟସଭା ବସିବା ନେଇ ନିଷ୍ପତ୍ତି ହୋଇଛି। ଅଧିବେଶନ ବେଳେ ସମସ୍ତ ସଦସ୍ୟ ମାନେ ଲୋକସଭା କକ୍ଷ, ରାଜ୍ୟସଭା କକ୍ଷ ଏବଂ ସେଣ୍ଟ୍ରାଲ ହଲରେ ଭାଗ ଭାଗ ହୋଇବସିବେ। ତେବେ ଓଡ଼଼ିଶା ବିଧାନସଭାରେ କଣ ବ୍ୟବସ୍ଥା ହେଉଛି ତାହାକୁ ଅପେକ୍ଷା।