ନିର୍ବାଚନ ପୂର୍ବରୁ ଦଳଡ଼ିଆଁ ରାଜନୀତି: ଆପ୍କୁ ଡେଇଁଲେ କଂଗ୍ରେସ ନେତା, ବିଜେପିକୁ ଡେଇଁଲେ ଆପ୍ ନେତା
ନୂଆଦିଲ୍ଲୀ: ଦିଲ୍ଲୀ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀର ବରିଷ୍ଠ କଂଗ୍ରେସ ନେତା ମାତିନ ଅହମ୍ମଦ ଆମ୍ ଆଦ୍ମୀ ପାର୍ଟିରେ ଯୋଗଦାନ କରିଛନ୍ତି । ମାତିନଙ୍କ ପୁଅ ଓ ଜ୍ୱାଇଁ ମଧ୍ୟ ଆମ୍ ଆଦ୍ମୀ ପାର୍ଟିରେ ଯୋଗଦାନ କରିଛନ୍ତି । ଦିଲ୍ଲୀର ସିଲମପୁର ବିଧାନସଭା ମଣ୍ଡଳୀକୁ ୫ ଥର ପ୍ରତିନିଧିତ୍ୱ କରିଛନ୍ତି ମାତିନ ।
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବ୍ୟକ୍ତିଗତ ଭାବେ ମିଶ୍ରଣ ପର୍ବରେ ମାତିନଙ୍କୁ ସ୍ୱାଗତ କରିଛନ୍ତି ।
ଅନ୍ୟ ପକ୍ଷରେ ଆମ୍ ଆଦ୍ମୀ ପାର୍ଟିରୁ ବିଜେପିକୁ ଡେଇଁଛନ୍ତି ବିଶିଷ୍ଟ ଶିଖ୍ ନେତା ହରଷରନ୍ ସିଂହ ବଲ୍ଲି । ଦିଲ୍ଲୀର ଶିଖ ସମୁଦାୟକୁ ନେତୃତ୍ୱ ନେଉଛନ୍ତି ବଳି ।
ଦିଲ୍ଲୀ ବିଜେପି ମୁଖ୍ୟ ବିରେନ୍ଦ୍ର ସଚଦେବ ବ୍ୟକ୍ତିଗତ ଭାବେ ହରଷରନ ସିଂହ ବଲ୍ଲିଙ୍କୁ ଦଳରେ ସାମିଲ କରିଛନ୍ତି ।