ଦେବୋତ୍ଥାନ ଏକାଦଶୀ: ନିଦରୁ ଉଠିବେ ପ୍ରଭୁ ନାରାୟଣ

ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ଗୋଲକବିହାରୀ ନାରାୟଣ ନିଦ୍ରା ଯାଆନ୍ତି । ମହାପ୍ରଭୁ ଜଗନ୍ନାଥ ତାଙ୍କର ଘୋଷଯାତ୍ରା ଶେଷ କରି ଦେବଶୟନ ଏକାଦଶୀ ତିଥିରେ ବିଶ୍ରାମ କରନ୍ତି । ତା’ର ଚାରିମାସ ପରେ ଅର୍ଥାତ୍‌ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି ଦିନ ମହାପ୍ରଭୁ ଜଗନ୍ନାଥ ନିଦ୍ରାରୁ ଉଠନ୍ତି । ଚଳିତ ବର୍ଷ ନଭେମ୍ବର ୧୨ ତାରିଖରେ ପଡୁଛି ଦେବୋତ୍‌ଥାନ ଏକାଦଶୀ ।

ପ୍ରଭୁ ଯେଉଁ ଚାରିମାସ ଶୟନ କରନ୍ତି, ତା’ ଭିତରେ ବିବାହ ବ୍ରତ ଘର ପ୍ରତିଷ୍ଠା, କୂପ ଖନନ ଭଳି ପବିତ୍ର କାମ କରାଯାଏନା । କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ପ୍ରଭୁ ନାରାୟଣ ଉଠିବା ପରେ ଯାବତୀୟ ଶୁଭକର୍ମ କରାଯାଇଥାଏ ।