ଇଲେକ୍ଟ୍ରୋନିକ୍ସ ଟୋଲ ସଂଗ୍ରହରୁ ସରକାରଙ୍କୁ ଫାଇଦା ୬୧୧୫ କୋଟି

ନୂଆଦିଲ୍ଲୀ: ଦେଶର ଟୋଲଗେଟ୍‌ଗୁଡ଼ିକରେ ଇଲେକ୍‌ଟ୍ରୋନିକ୍ସ ସିଷ୍ଟମ୍‌ ଲଗାଇ ଦିଆଯିବା ଫଳରେ ଯାନବାହନରୁ ଆଦାୟ ଟୋଲ ହାର ଯଥେଷ୍ଟ ବଢ଼ିଥିବାର ଦେଖିବାକୁ ମିଳିଛି । ଚଳିତ ଅକ୍ଟୋବର ମାସରେ ପ୍ରାୟ ୬୧୧୫.୯୨ କୋଟି ଟଙ୍କା ଆଦାୟ କରାଯାଇଛି ଯାହା ଏକ ରେକର୍ଡ ବୋଲି କୁହାଯାଉଛି ।

୨୦୨୧ ମସିହାରୁ ଦେଶରେ ଇଲେକ୍‌ଟ୍ରୋନିକ୍‌ସ ସିଷ୍ଟମ୍‌ ଜରିଆରେ ଟୋଲ ଚାନ୍ଦା ଆଦାୟ କରାଯାଉଛି । ସେବେଠାରୁ କେବେ ଏତେ ପରିମାଣର ଟୋଲ ସଂଗ୍ରହ କରାଯାଇ ନଥିଲା ।

ମୋଟ ଉପରେ କହିଲେ, ଗତ ୬ ମାସ ଧରି ଟୋଲ ଆଦାୟ ହାର ଉନ୍ନତି ଜନକ ରହିଛି । ସେହିପରି ଜିଏସ୍‌ଟି ନେଟୱାର୍କରେ ଇ-ୱେ ବିଲ କାର୍ଯ୍ୟକାରୀ କରାଯିବାରୁ ରାଜସ୍ୱ ଆଦାୟ ହାର ବଢ଼ିଛି ।