କେନ୍ଦୁଝର: ମଙ୍ଗଳବାର ଦିନ ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ନିକଟରେ ଥିବା କିଛି ଦୋକାନ ଗୃହ ଗୁଡିକରେ କୌଣସି କାରଣ ବସତ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ତଥା ପ୍ରଭାବିତ ୧୭ ଜଣଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ତ୍ୱରିତ ପଦକ୍ଷେପ ନେଇ ବୁଦ୍ଧିଜୀବୀ ମାନେ ଭୁରିଭୁରି ପ୍ରଶଂସା କରିଛନ୍ତି