ଆସନ୍ତା ୧୭ ,୧୮ ରେ ହ୍ୟାଣ୍ଡବଲ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବେ ୨୧ ତମ ସବ-ଜୁନିୟର ବାଳକ ବାଳିକା ଚମ୍ପିଆନସିପ

କେନ୍ଦୁଝର – ଚଳିତ ବର୍ଷ କେନ୍ଦୁଝର ହ୍ୟାଣ୍ଡବଲ ଷ୍ଟାଡିୟମ ରେ ୧୭ ଓ ୧୮ ତାରିଖରେ ରେ ଅନୁଷ୍ଠିତ ହେବେ ୨୧ ତମ ସବ – ଜୁନିୟର ବାଳକ ବାଳିକା ଚମ୍ପିଆନସିପ । ଏହି ଖେଳରେ ୧୫ଟି ଜିଲ୍ଲାର ୨୪ ଟି ଟିମ ଯୋଗଦାନ କରିବାକୁ ସହମତି ପ୍ରଦାନ କରିଛନ୍ତି । ଏଥିରେ ୩୫୦ ଜଣ ଖେଳାଳୀ , ୧୦୦ ଜଣ ଷ୍ଟେଟ ଅଫିସିଆଲ , ରେଫରି ଓ ଭଲେଣ୍ଟଟିୟର ଯୋଗଦାନ କରିବେ । ଏଥିରେ ଖେଳାଳୀ ମାନଙ୍କୁ ରହିବା ପାଇଁ ମୁନିସିପାଲଟି କଲ୍ୟାଣ ମଣ୍ଡପ ଓ ଗୁଜୁରାଟି ସମାଜରେ ବ୍ୟବସ୍ଥା ହୋଇଛି ।

ଶିତକୁ ଆଖି ଆଗରେ ରଖି ପିଲାଙ୍କୁ ଗଦି ଓ କମ୍ବଳର ବ୍ୟବସ୍ଥା କରାଯାଇଛି । ସଂଧ୍ୟା ବେଳେ କେନ୍ଦୁଝର ଖେଳାଳୀଙ୍କ ଖେଳକୁ ଦେଖି କେନ୍ଦୁଝରର ଜଣେ ସ-ହୃଦୟ ବ୍ୟକ୍ତି ସୁଭେନ୍ଦୁ ସାମଲ ସମସ୍ତ ବାଳକ ଓ ବାଳିକା ଖେଳାଳୀଙ୍କୁ ଜର୍ଷି ପ୍ରଦାନ କରିଛନ୍ତି । ଯାହାକୁ ନେଇ ଖେଳାଳୀମାନେ ବେସ ଉତ୍ସାହିତ ହୋଇଛନ୍ତି । ଏହି ଜର୍ଷି କୁ ଖେଳାଳୀ ମାନଙ୍କ ସମ୍ମୁଖ ରେ ଉନ୍ମୋଚନ କରିଥିଲେ ଆୟୋଜକ ।

ଏହି ଖେଳରେ ଯେଉଁ ଖେଳାଳୀମାନେ କୃତକାର୍ଯ୍ୟ ହେବେ ବା ଚୟନକର୍ତ୍ତା ଯାହାକୁ ଯେଉଁମାନଙ୍କୁ ଚୟନ କରିବେ ସେମାନେ ଆଗାମି ଦିନ ରେ ଓଡ଼ିଶା ଦଳର ପ୍ରତିନିଧିତ୍ୱ କହିବେ । ଆଜିର ଏହି ସମ୍ମିଳନୀରେ ଜିଲା ସଂଘର ସଭାପତି ଇଂ ବସନ୍ତ କୁମାର ଦାନୀ , ସମ୍ପାଦକ ରିତିକ ଅଧିକାରୀ , ଯୁଗ୍ନସଂପାଦକ ପରେଶ ପ୍ରଧାନ ଦଳର କୋଚ ରିବିନ୍ଦ୍ର ବାରିକ ଓ ଶୁକଦେବ ମହାକୁଡ ଉପସ୍ଥିତ ଥିଲେ । ଏଥିରେ ସମ୍ପାଦକ କେନ୍ଦୁଝର ଦଳ ଘୋଷଣା କରିଥିଲେ ।

ବାଳିକା ଦଳ – ଶ୍ରେୟାନସି ସୁନୟନା ପାଣି , ଶ୍ରେୟାଶ୍ରୀ ସୁଜେୟା , ସଂଭବି ଦାସ , ସୋନାକ୍ଷୀ ରଥ , ଅନୁଷ୍କା ପ୍ରୀୟ ଦର୍ଶନୀ ଜେନା , ସ୍ନେହା ସୋନାକ୍ଷି ସାହୁ , ପ୍ରତ୍ୟାସା ପଣ୍ଡା , ସ୍ୱାଗତିକା ମହାନାୟକ ,ପ୍ରତ୍ୟୁଷା ପଲ୍ଲବୀ , ଲିପ୍ସା ମୟୀ ମାଝୀ , ପ୍ରେରଣା ନାଏକ , ଲକ୍ଷ୍ମୀପ୍ରୀୟା ଜେନା , ନିକିତା ପ୍ରୀୟଦର୍ଶନୀ ମହାନ୍ତ , ଦିବ୍ୟ ଦର୍ଶନୀ ନାଏକ ।

ବାଳକ ଦଳ – ଅଭିଷେକ ମହାନ୍ତୀ , ବବୁଲ ନାଏକ , ସୁଚିତ ଦାସ , ସମୀର ମାଝୀ , ଜୋତି ପ୍ରକାଶ ମହାନ୍ତ , ଶୁବେନ୍ଦୁ କୁମାର ବେହେରା , ଧରଣୀଧର ଗୋପ , ଅମୀତ କୁମାର ଦଳେଇ , ଜ୍ୟୋରାଦିତ୍ୟ ବାନରା , ସୌରଭ କୁମାର ଜେନା , ଅଶୁଂମାନ ମହାନ୍ତ , ଗିରିଜା ନନ୍ଦନ ସାହୁ , ରାହୁଲ ନାଏକ , ସମିର ନାଏକ ।