ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ନେଟୱର୍କ ପ୍ଲାନିଂ ଗ୍ରୁପ (ଏନପିଜି)ର ୮୫ତମ ବୈଠକ

ନେଟୱର୍କ ପ୍ଲାନିଂ ଗ୍ରୁପ (ଏନପିଜି)ର ୮୫ତମ ବୈଠକରେ ପାଂଚଟି ପ୍ରକଳ୍ପ ଉପରେ ସମୀକ୍ଷା କରାଯାଇଛି । ଏହା ଭିତରୁ ଦୁଇଟି ରେଳବାଇ ଓ ତିନିଟି ରାଜପଥ ସମ୍ପର୍କିତ ପ୍ରକଳ୍ପ । ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର ନିୟମାବଳୀ ଅନୁସାରେ ଏହି ପ୍ରକଳ୍ପ ସବୁକୁ ସମୀକ୍ଷା କରାଯାଇଛି । ବହୁମୁଖୀ ଭିତିଭୂମିର ପୂର୍ଣାଙ୍ଗ ବିକାଶ, ଅର୍ଥନୀତିକ ଓ ସାମାଜିକ ଯୋଗାଯୋଗ, ବିଭିନ୍ନ ପରିବହନ ମାଧ୍ୟମ, ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପରି ବିଭିନ୍ନ କ୍ଷେତ୍ର ଉପରେ ଏହି ବୈଠକରେ ବିଚାର ବିମର୍ଶ କରାଯାଇଛି । ଏହି ପ୍ରକଳ୍ପ ସବୁ ଦେଶର ଆର୍ଥିକ ବିକାଶରେ ସହାୟକ ହେବ ।

ଏସବୁ ପ୍ରକଳ୍ପ ସରିଲେ ଦେଶର ଭିତ୍ତିଭୂମି ବିକଶିତ ହେବା ସହ ବିଭିନ୍ନ ଆଂଚଳିକ କ୍ଷେତ୍ର ସହ ଯୋଗାଯୋଗ ସ୍ଥାପିତ ହୋଇପାରିବ । ସରକାରଙ୍କ ଦୃଷ୍ଟିକୋଣ ସହ ଯୋଗସୂତ୍ର ରକ୍ଷା କରି ବହୁମୁଖୀ ପରିବହନ କ୍ଷେତ୍ର ବିକଶିତ ହୋଇପାରିବ ବୋଲି କୁହାଯାଇଛି । ଶିଳ୍ପ ବିକାଶ ତଥା ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ (ଡିପିଆଇଆଇଟି)ର ଯୁଗ୍ମ ସଚିବ ଡ. ସୁରେନ୍ଦ୍ର ଅହିବାରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା ।

ରେଳ ମନ୍ତ୍ରଣାଳୟର ପ୍ରକଳ୍ପ

ଝାଡଖଣ୍ଡ ଓ ଓଡିଶାକୁ ଯୋଡୁଥିବା ଡାଙ୍ଗୋଆପୋଷି-ଜାରୋଲି ପ୍ରକଳ୍ପ କାମ ଚାଲିଛି । ବର୍ତ୍ତମାନ କରିଡର ସହ ସମାନ୍ତରାଳ ଭାବରେ ୮୫.୮୮ କିଲୋମିଟର ଲମ୍ବର ତୃତୀୟ ଓ ଚତୁର୍ଥ ରେଳ ଲାଇନ ବିକାଶ କରାଯାଉଛି ।

ଖଣି ଖାଦାନରେ ଭରପୁର କେନ୍ଦୁଝରରୁ ପାରାଦୀପକୁ ଲୁହାପଥର ପରିବହନ ସହ କୋଇଲା, ଜିପସମ ଓ ସାର ପରିବହନ କ୍ଷେତ୍ରରେ ବି ଏହି ରେଳଲାଇନ ଦ୍ୱାରା ବହୁତ ଉପକାର ସାଧିତ ହେବ । ପୂର୍ବ ଓ ଭାରତର ବିଭିନ୍ନ ଅଂଚଳକୁ ଲୁହାପଥର ପରିବହନ କରିବା କ୍ଷେତ୍ରରେ ବି ଏହି ରେଳଲାଇନ ସହାୟକ ହେବ ।

ବୁରବାଲ-ଗୋଣ୍ଡା କାଚେରୀ ପ୍ରକଳ୍ପରେ ୫୫.୭୫ କିଲୋମିଟର ଲମ୍ବର ଚତୁର୍ଥ ରେଳଲାଇନ ବିକଶିତ କରାଯାଉଛି । ଏବେ ଏହି ରେଳପଥରେ ତୃତୀୟ ରେଳ ଲାଇନ କାମ ଚଲୁଅଛି । ଏହାଦ୍ୱାରା ଉତରପ୍ରଦେଶର ବାରାବାଙ୍କି, ବହରିଚ, ଗୋଣ୍ଡା ଜିଲ୍ଲାରେ ଯାତ୍ରୀ ତଥା ମାଲ ପରିବହନ କ୍ଷେତ୍ରରେ ବ୍ୟାପକ ପରିବର୍ତନ ହେବ ।

ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ବାରାବାଙ୍କି- ବାହାରିଚ ପ୍ରକଳ୍ପ ଏନଏଚ-୯୨୭ କରିଡରର ୧୦୧.୫୪ କିଲୋମିଟର ବ୍ୟାପି ଚାରି ଥାକିଆ ଓ ଛଅ ଥାକିଆ କରାଯାଉଛି । ଲକ୍ଷନୌ, ଶ୍ରାବସ୍ତି ବିମାନବନ୍ଦର, ଏନଏଚ-୨୭, ଭାରତ-ନେପାଳ ବର୍ଡରକୁ ଏହା ସଂଯୋଗ କରିବ । ଏହା ଫଳରେ ଉତରପ୍ରଦେଶ ଓ ଉତର ଭାରତର ବିଭିନ୍ନ ଅଂଚଳକୁ ଯାତ୍ରୀମାନଙ୍କ ଗମନାଗମନ ସୁବିଧା ହୋଇପାରିବା ସହ ମାଲ ପରିବହନ କ୍ଷେତ୍ରରେ ବି ଅଭୂତପୂର୍ବ ପରିବର୍ତନ ଆସିବ ।

କାନପୁର-କାବ୍ରାଇ ରାଜପଥର ଉନ୍ନତିକରଣ କରାଯାଇ ଚାରି ଲେନ ବିଶିଷ୍ଟ ୧୧୮. ୮ କିଲୋମିଟର ରାସ୍ତାକୁ ସମ୍ପ୍ରସାରିତ କରାଯାଉଛି । ଫଳରେ ଏନଏଚ-୩୫ରେ କାନପୁର ରିଂ ରୋଡ ସହ କାବ୍ରାଇକୁ ରାଜପଥ ସଂଯୋଗୀକରଣ ହେବ । ଏହାଛଡା ସାତଟି ରେଳ ଷ୍ଟେସନ, ତିନିଟି ବିମାନବନ୍ଦର ସହ କାନପୁର, ହାମିରପୁର, ମହୋବା ଜିଲ୍ଲାକୁ ଗମନାଗମନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ମିଳିବ ।

ସିଙ୍ଘାନା-ଟିଟାନବାର ପ୍ରକଳ୍ପରେ ଚାରି ଲେନ ବିଶିଷ୍ଟ ୪୦.୭୨୫କିଲୋମିଟର ଲମ୍ବର ରାଜପଥକୁ ବିକଶିତ କରାଯାଉଛି । ଏହା ରାଜସ୍ଥାନର ଏନଏଚ-୩୧୧ ଜାତୀୟ ରାଜପଥ ଅଧୀନରେ ଆସୁଛି । ଶିକାର, ନାଗପୁର, ଯୋଧପୁର, ଦିଲ୍ଲୀ ପରି ଅଂଚଳକୁ ଯାତ୍ରୀମାନଙ୍କ ଗମନାଗମନ କ୍ଷେତ୍ରରେ ଏହା ସାହାଯ୍ୟ କରିବ । ରାଜସ୍ଥାନ, ହରିୟାଣା ଓ ଦିଲ୍ଲୀ ଅଂଚଳରେ ଯାତ୍ରୀ ତଥା ମାଲ ପରିବହନ କ୍ଷେତ୍ରରେ ଏହା ବିଶେଷ ସହାୟତ ହୋଇପାରିବ ।