ଇନ୍ଦିରା ସ୍ମୃତି ବିଦ୍ୟା ପିଠ ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦବୁନା କ୍ୟାମ୍ପର ୨୨ତମ ବାର୍ଷିକ କ୍ରିଡ଼ା ଉତ୍ସବ ପାଳିତ ହୋଇଯାଇଛି
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବଡ଼ କାଳି ମାଟି ପଞ୍ଚାୟତ ଦବୁନା କ୍ୟାମ୍ପ ଠାରେ ଇନ୍ଦିରା ସ୍ମୃତି ବିଦ୍ୟା ପିଠ ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦବୁନା କ୍ୟାମ୍ପ ର ୨୨ ତମ ବାର୍ଷିକ କ୍ରିଡ଼ା ଉତ୍ସବ ୧୮/୧୨/୨୦୨୪ ବୁଧବାର ଦିନ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ଆର୍ସେଲର ମିତ୍ତଲ କମ୍ପାନୀ ର ମୁଖ୍ୟ ଜୟ ବର୍ଦ୍ଧନ ପୋରୁଆ, ଏସ୍ କେ ଶର୍ମା,ସି ଏସ୍ ଆର୍ ହେଡ୍ ମଦନମୋହନ ଦାସ, ଏଚ୍ ଆର୍ ହେଡ୍ ଶ୍ରୀଯୁକ୍ତ ବନଜ ଖଟୁଆ, ମେଡିକାଲ ଅଫିସର ସୁଦର୍ଶନ ମୁଣ୍ଡା, ଜିତେନ୍ଦ୍ର ଦାସ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ତଥା ସ୍ଥାନୀୟ ଓ ଏମ୍ ସି ଖଣିର ଡି ଜି ଏମ୍ ଜ୍ଞାନ ପ୍ରକାଶ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ଜରୁରୀ କାର୍ଯ୍ୟ ଥିବା ହେତୁ ତାଙ୍କ କାର୍ଯ୍ୟାଳୟର ସହକାରୀ ମାନେ ଯୋଗଦେଇଥିଲେ ।
ସମ୍ମାନୀୟ ଅତିଥି ଭାବେ ଶ୍ରୀ ଗୁପ୍ତେଶ୍ୱର ଉଚ୍ଚ ନ୍ୟାୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହରେକୃଷ୍ଣ ରାଉତ, ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶନ୍ନ କୁମାର କର, ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ବିଭୁତି ଭୂଷଣ ପଲେଇ, ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ଯୁଧିଷ୍ଠିର ଗିରି,ଖେଳ ଶିକ୍ଷକ ଶ୍ରୀଯୁକ୍ତ ବାସୁଦେବ ପ୍ରଧାନ, ଉପସ୍ଥିତ ଥିଲେ ।
ସ୍ଥାନୀୟ ଶିଶୁ ବିଦ୍ୟାମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଦେବେନ୍ଦ୍ର ବୈଦ୍ୟ ଓ ଏସ୍ ଟି ଆଲ୍ ଫୋନ୍ ସାସ୍ ବିଦ୍ୟାଳୟର ପ୍ରିନ୍ସପାଲ ସିଙ୍ଗରାଇ ଟୁଡୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ, ପୁରାତନ ଛାତ୍ର ସୁବ୍ରତ ପଲେଇ,ଅମ୍ବୁଜ ବେହେରା, ଦିଲ୍ଲିପ ବେହେରା, ରତ୍ନାକର କିଶାନ, ନନ୍ଦ ବାରିକ,, ମନୋଜ ତନ୍ତୀ,ସହ ଅନ୍ୟମାନେ ଯୋଗଦେଇଥିଲେ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କରୁଣାକର ନାୟକ, ସଞ୍ଜୀବ ରଞ୍ଜନ ବଳ, ବିନୋଦ ବିହାରୀ ପାତ୍ର, ଚନ୍ଦ୍ରମଣି ସାହାୟା ଶିକ୍ଷୟିତ୍ରୀ ଶ୍ରୀମତୀ ରେବତୀ ପ୍ରଧାନ ଆସ୍ପାୟାର ର ବିନତୀ ପ୍ରଧାନ ଓ ଏନ୍ ଜି ଓ ଯୁବକ ମନୋଜ ତନ୍ତୀ ଖେଳ ପରିଚାଳନା କରିଥିଲେ ।
ବିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ଉଗ୍ରସେନ ଆପଟ୍ଟ ଓ ସମ୍ପାଦକ ଶ୍ରୀଯୁକ୍ତ ଶ୍ରୀକାନ୍ତ ବାରିକ ଓ ଅନ୍ୟାନ୍ୟ ସଭ୍ୟବୃନ୍ଧ ଉପସ୍ଥିତ ରହି ଖେଳ ପରିଚାଳନା ରେ ସହଯୋଗ କରିଥିଲେ । ବଡ଼ କାଳି ମାଟି ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ଅଷ୍ଟମୀ ମୁଣ୍ଡା ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିବା ସହିତ ପୁରସ୍କାର ପ୍ରଦାନ କରିଥିଲେ । ମୋଟ ୨୪ ଟି ଖେଳ ଇଭେଣ୍ଟ ହୋଇଥିଲା, ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ଭାଷଣ ମାଧ୍ୟମରେ ଖେଳକୁ କିପରି ଅଧିକରୁ ଅଧିକ ଆକର୍ଷଣୀୟ ଓ ଖେଳର ଉପକାରିତା ବିଷୟରେ ବର୍ଣ୍ଣନା କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭରତ ଚନ୍ଦ୍ର ସାମଲ ଅତିଥି ସ୍ବାଗତ କରି ପରିଚୟ ପ୍ରଦାନ କରିଥିଲେ । ତାଙ୍କର ବକ୍ତବ୍ୟରେ ସ୍ଥାନୀୟ କମ୍ପାନୀ ମାନେ ଖେଳକୁ ଆକର୍ଷଣୀୟ କରିବା ପାଇଁ ସହଯୋଗର ହାତ ବଢ଼ାଇଥିଲେ । ଏଣୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ।