ପବିତ୍ର ମକର ସଂକ୍ରାନ୍ତି, ଉତ୍ତରାୟଣ ଏବଂ ମାଘ ବିହୁ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପବିତ୍ର ମକର ସଂକ୍ରାନ୍ତି, ଉତ୍ତରାୟଣ ଏବଂ ମାଘ ବିହୁ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସରେ ଭିନ୍ନ ଭିନ୍ନ  ପୋଷ୍ଟରେ ସେ ଲେଖିଛନ୍ତି : “ସମସ୍ତ ଦେଶବାସୀଙ୍କୁ ମକର ସଂକ୍ରାନ୍ତିର ଅନେକ ଶୁଭକାମନା । ଉତ୍ତାୟଣ ସୂର୍ଯ୍ୟଙ୍କୁ ସମର୍ପିତ ଏହି ପବିତ୍ର ଉତ୍ସବ ଆପଣମାନଙ୍କ ଜୀବନରେ ନୂଆ ଉର୍ଜା ଏବଂ ଉତ୍ସାହ ଭରିଦେଉ ।”

“ଆପଣଙ୍କର ଉତ୍ତରାୟଣ ମଙ୍ଗଳମୟ ହେଉ ! ଏହି ପର୍ବ ସମସ୍ତଙ୍କ ଜୀବନରେ ସଫଳତା ଏବଂ ଖୁସି ଆଣୁ ।”

“ମାଘ ବିହୁର ଶୁଭେଚ୍ଛା ! ଆମେ ପ୍ରକୃତିର ପ୍ରଚୁରତା, ଅମଳର ଆନନ୍ଦ ଏବଂ ଏକତାର ଭାବନାକୁ ପାଳନ କରୁ । ଏହି ପର୍ବ ସୁଖ ଏବଂ ଏକତାର ଭାବନାକୁ ଆହୁରି ବୃଦ୍ଧି କରୁ ।”