ବାଲାସାହେବ ଠାକରେଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଜନ କଲ୍ୟାଣ ତଥା ମହାରାଷ୍ଟ୍ରର ବିକାଶ ଦିଗରେ ତାଙ୍କର ପ୍ରତିବଦ୍ଧତା ପାଇଁ ଶ୍ରୀ ଠାକରେଙ୍କୁ ଲୋକମାନେ ସମ୍ମାନ ଦେବା ସହ ସ୍ମରଣ ମଧ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି : “ବାଲାସାହେବ ଠାକରେଙ୍କ ଜୟନ୍ତୀ ଅବସରରେ ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଜନ କଲ୍ୟାଣ ତଥା ମହାରାଷ୍ଟ୍ରର ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତା ପାଇଁ ତାଙ୍କୁ ସମ୍ମାନ ଦେବା ସହ ସ୍ମରଣ କରାଯାଉଛି । ଯେତେବେଳେ ତାଙ୍କର ମୂଳ ବିଶ୍ୱାସ ଉପରକୁ କଥା ଆସୁଥିଲା, ସେ କେବେବି ଆପୋଷ ବୁଝାମଣା କରୁନଥିଲେ ଏବଂ ସର୍ବଦା ଭାରତୀୟ ସଂସ୍କୃତିର ଗୌରବ ବୃଦ୍ଧି କରିବାରେ ଯୋଗଦାନ ଦେଉଥିଲେ ।”