୭୬ତମ ଜନରାଜ୍ୟ ଦିବସରେ ଶୁଭେଚ୍ଛା ପାଇଁ ବିଶ୍ୱ ନେତାମାନଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ଭାରତର ୭୬ତମ ଜନରାଜ୍ୟ ଦିବସରେ ଶୁଭେଚ୍ଛା ଜଣାଇଥିବାରୁ ବିଶ୍ୱ ନେତାମାନଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଜଣାଇଛନ୍ତି । ଏକ୍ସ ରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଏକ ପୋଷ୍ଟ ର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି: “ହାର୍ଦ୍ଦିକ ଶୁଭେଚ୍ଛା ପାଇଁ ଆପଣଙ୍କୁ ଧନ୍ୟବାଦ ପ୍ରଧାନମନ୍ତ୍ରୀ @kpsharmaoli । ଭାରତ ଗଣତନ୍ତ୍ରର ୭୫ ବର୍ଷ ପୂର୍ଣ୍ଣ କରିଥିବା ବେଳେ ଦୁଇ ରାଷ୍ଟ୍ରର ଲୋକଙ୍କ ମଧ୍ୟରେ ଥିବା ବନ୍ଧୁତ୍ୱର ଐତିହାସିକ ସମ୍ପର୍କକୁ ମଧ୍ୟ ଆମେ ଗଭୀର କରିବୁ । ଆଗାମୀ ଦିନରେ ଏହା ଜାରି ରହିବ ବୋଲି ମୋର ଦୃଢ଼ ବିଶ୍ୱାସ ।”

ଏକ୍ସ ରେ ମାଳଦ୍ୱୀପର ରାଷ୍ଟ୍ରପତିଙ୍କ ଏକ ପୋଷ୍ଟ ର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି: “ଭାରତର ଜନରାଜ୍ୟ ଦିବସ ଅବସରରେ ଶୁଭେଚ୍ଛା ପାଇଁ ଆପଣଙ୍କୁ ଧନ୍ୟବାଦ ରାଷ୍ଟ୍ରପତି @MMuizzu । ଭାରତ ଓ ମାଳଦ୍ୱୀପ ମଧ୍ୟରେ ଥିବା ଦୀର୍ଘ ଦିନର ଗଭୀର ସହଭାଗିତାକୁ ମୁଁ ଅନୁଭବ କରିପାରୁଛି । ଏହି ବନ୍ଧୁତ୍ୱ ଓ ସହଯୋଗକୁ ଅଧିକ ସୁଦୃଢ଼ କରିବାକୁ ଆମେ ପ୍ରତିବଦ୍ଧ ।”

ଏକ୍ସ ରେ ଭୁଟାନର ପ୍ରଧାନମନ୍ତ୍ରୀଙ୍କ ଏକ ପୋଷ୍ଟ ର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି: “ଭାରତର ଗଣତନ୍ତ୍ରର ୫ ବର୍ଷ ପୂର୍ଣ୍ଣ ଅବସରରେ ଶୁଭେଚ୍ଛା ପାଇଁ ଆପଣଙ୍କୁ ଧନ୍ୟବାଦ ମୋର ବନ୍ଧୁ ପ୍ରଧାନମନ୍ତ୍ରୀ @tsheringtobgay । ଭାରତ ଓ ଭୁଟାନ ମଧ୍ୟରେ ଥିବା ସ୍ୱତନ୍ତ୍ର ଓ ବିଶେଷ ସହଭାଗିତାକୁ ମଧ୍ୟ ଆମେ ଗୁରୁତ୍ୱ ଦେଉଛୁ ।”

ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏକ୍ସ ରେ କରାଯାଇଥିବା ଏକ ପୋଷ୍ଟ ର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି: “ଭାରତର ୭୬ତମ ଜନରାଜ୍ୟ ଦିବସ ଅବସରରେ ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ @SherBDeuba। ଆଶା କରୁଛି ଦୁଇ ଦେଶର ଲୋକଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ଥିବା ବନ୍ଧୁତ୍ୱ ଆହୁି ସୁଦୃଢ଼ ହେବ ।”