ଜଟଣୀ : ଜଟଣୀ ମହାବିଦ୍ୟାଳୟର ଇଂରାଜୀ ବିଭାଗର ପାଠ ଚକ୍ର ସବୁଜବାଦରେ ପ୍ରକୃତି ଓ କଳ୍ପନାର ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାଜୀବ କୁମାର କର ଏହି ପାଠ ଚକ୍ରରେ ପୌରହିତ୍ୟ କରିଥିବା ବେଳେ ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପିକା ଶୁଭ୍ରା ବେହେରା ଯୋଗ ଦେଇ ଉପରୋକ୍ତ ସନ୍ଧର୍ଭ ଉପରେ ଭାବ ଗର୍ଭକ ସମ୍ଭାଷଣ ପ୍ରଦାନ କରିଥିଲେ । ଇଂରାଜୀ ବିଭାଗ ଅଧ୍ୟାପକ ସମରେନ୍ଦ୍ର ମହାପାତ୍ର ସ୍ବାଗତ ଭାଷଣ ଦେଇଥିବାବେଳ ଅଧ୍ୟାପକ ଅନୀଲ ନନ୍ଦ ବକ୍ତବ୍ୟ ମାଧ୍ୟମରେ ସବୁଜ ଯୁଗର ବିଭିନ୍ନ ବୈଶିଷ୍ଠ୍ଯ ଗୁଡିକ ଉପରେ ଆଲୋକପାତ କରିଥିଲେ । ଇଂରାଜୀ ବିଭାଗର ଅନେକ ଛାତ୍ର ଛାତ୍ରୀ ସେମାନଙ୍କ ତଥ୍ଯ ଭିତ୍ତିକ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ଅଧ୍ୟାପିକା ଡ ସ୍ନିଗ୍ଧା ସୁଭ୍ରସ୍ମିତା ଓ ଅଧ୍ୟାପକ ଗଣେଶ୍ୱର ମଲ୍ଲିକଙ୍କ ଚମତ୍କାର ସଂଯୋଜନାରେ ପାଠ ଚକ୍ର ବେଶ୍ ଆକର୍ଷଣୀୟ ହୋଇ ପାରିଥିଲା ।