ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ

ଗୁଣୁପୁର : ଜନୈକ ନବବଧୂଙ୍କ ମୃତ୍ୟୁକୁ କେନ୍ଦ୍ର କରି ନାନା ଆଶଙ୍କା ଶୁଣିବାକୁ ମିଳୁଛି । ଗଣେଶ ବିହାର ଅଂଚଳରେ ବାସ କରୁଥିବା ଗୋଟିଏ ପରିବାରର ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ରଶ୍ମୀରଞ୍ଜନୀ ବଡ଼କୁମାର। ମୃତ ମହିଳାଙ୍କ ବାପା କୁଞ୍ଜବିହାରୀ ବଡ଼କୁମାର ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ୮ ମାସ ତଳେ ତାଙ୍କ ଝିଅ ଜଣେ କନେଷ୍ଟବଳଙ୍କୁ ବିବାହ କରିଥିଲେ, ମୃତ ନବବଧୁଙ୍କ ବାପ ଘର ପାରଳାଖେମୁଣ୍ଡି ସହରର ବିଦ୍ୟାନଗର ଅଂଚଳରେ । ସେ ୨୦୨୪ ଜୁଲାଇ ୩ ତାରିଖରେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଗ୍ରାମର ଶରତ ଚନ୍ଦ୍ର ମାଝୀଙ୍କ ପୁଅ ଦେବାଶିଷ ମାଝୀଙ୍କୁ ବିବାହ କରିଥିଲେ । ନବବଧୂ ଜଣକ ପୋଷ୍ଟାଲ ବିଭାଗରେ କାମ କରୁଥିବା ଜଣାପଡିଛି । ଝିଅକୁ ବିବାହ ଦେବା ପରଠୁ ଯୌତୁକଜନିତ ନିର୍ଯାତନା ଦିଆଯାଉଥିବା ନେଇ ମୃତକ ବାପା ଗୁଣୁପୁର ଥାନାରେ ଅଭିଯୋଗ କରିଛନ୍ତି ।