କଳିଙ୍ଗ ଷ୍ଟାଡିୟମଠାରେ ତୃତୀୟ ରାଷ୍ଟ୍ରୀୟ ଏକଲ ଖେଳକୁଦ ସମାରୋହ ଆୟୋଜିତ

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ତୃତୀୟ ରାଷ୍ଟ୍ରୀୟ ଏକଲ ଖେଳକୁଦ ସମାରୋହର ଉଦଯାପନୀ ସମାରୋହରେ ଯୋଗଦେଇ ସମସ୍ତଙ୍କୁ ସମ୍ବୋଧିତ କରିଛନ୍ତି । ଏକଲ ଅଭିଯାନ ଏକ ସଶକ୍ତ ଓ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ପିଲାମାନଙ୍କୁ ବିକଶିତ କରୁଛି । ଖେଳାଳୀଙ୍କୁ ଗ୍ରାମୀଣସ୍ତରରୁ ବାଛି ଅଲମ୍ପିକ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଏକଲ ଅଭିଯାନର ପ୍ରୟାସ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ।