ପ୍ରୟାଗରାଜରେ ଅଟା,ଡାଲି,ମଇଦା,ସୁଜି,ପେଟ୍ରୋଲ ଅଭାବ

ପ୍ରୟାଗରାଜ: ମହାକୁମ୍ଭରେ ବୁଡ଼ ପାଇଁ ଅସମ୍ଭାଳ ଭିଡ । ଦେଶ ସମେତ ବିଦେଶର ଲୋକ ଏବେ ମହାକୁମ୍ଭ ମୁହାଁ । ସାରା ଦେଶ ବାସି ଏବେ ମହାକୁମ୍ଭ ଯାଉଛି, ତେଣୁ ଅସମ୍ଭାଳ ଭିଡ ଦେଖିବାକୁ ମିଳୁଛି । ମାଘ ପୂର୍ଣ୍ଣିମା ୧୨ ଫେବୃୟାରୀ ପଡୁଥିବାରୁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ ଲାଗିଛି । ଭିଡ ଏତେ ବଢିଯାଇଥିବାରୁ ପ୍ରୟାଗରାଜରେ ସ୍ଥିତି ଗମ୍ଭୀର ହୋଇଛି । ସବୁଠି ଏବେ ଦୁର୍ଭିକ୍ଷ ପରିସ୍ଥିତି ପଡିଛି । ଭିଡକୁ ଦୃଷ୍ଟିରେ ରଖି ଭାରି ଯାନକୁ ସହର ଭିତରକୁ ପ୍ରବେଶ ଉପରେ ରୋକ ଲଗାଯାଇଛି ।

ବର୍ତମାନ ଅସମ୍ଭାଳ ଭିଡ ଲାଗି ସହରରେ ଖାଦ୍ୟାଭାବ ଉପୁଜିଛି ।ପରିସ୍ତିଥି ଏତେ ଜଟିଳ ହୋଇ ପଡିଛି ଯେ ଦୋକାନରୁ ଏବେ ଅଟା ଉଭାନ ହୋଇଯାଉଛି । ମଇଦା ଓ ସୁଜି ର ଅଭାବ ରହୁଛି । ଏପରିକି ପ୍ରାୟ ଦୋକାନର ଥାକ ସବୁ ଖାଲି ପଡୁଛି । ଆଉ ୫ କେଜିଆ ଅଟା ପ୍ୟାକେଟର ଅଭାବ ଦେଖା ଯିବା କାରଣ ରୁ ଅଟା କିଲୋ ପିଛା ଚଢା ଦରରେ ବିକ୍ରି ହେଉଛି ।

କେବଳ ସେତିକି ନୁହଁ ସହରର ବିଭିନ୍ନ ଦୋକାନରୁ ଡାଲି ର ଅଭାବ ଦେଖିବାକୁ ମିଳିଛି, ଏବଂ ଯେଉଁଠି ଅଛି ସେଠି କିଲୋ ପିଛା ୫ ଟଙ୍କାରୁ ଉର୍ଧ ରହୁଛି । ଚିନି କିଲୋ ପିଛା ୨ ଟଙ୍କା ଅଧିକ ବିକ୍ରି ହେଉଛି । ସୋରିଷ ତେଲ ଓ ରିଫାଇନ ତେଲର ଘୋର ଅଭାବ ଦେଖିବାକୁ ମିଳିଛି । ଭିଡ କାରଣରୁ ସହରକୁ ମାଲବୋଝେଇ ଗାଡି ପ୍ରବେଶ ନ କରିପାରିବା କାରଣ ରୁ ଏଭଳି ସମସ୍ୟା ଉପୁଜିଛି ।

ଅନ୍ୟପଟେ ସହରର ୫୦ରୁ ଅଧିକ ପେଟ୍ରୋଲ ପମ୍ପରେ ଟୋପେ ବି ତେଲ ନଥିବାରୁ ଖାଲି ପଡିଛି ପେଟ୍ରୋଲ ପମ୍ପ । ପେଟ୍ରୋଲ, ଡିଜେଲ ଟ୍ୟାଙ୍କର ସହରକୁ ପ୍ରବେଶ କରିପାରୁ ନଥିବାରୁ ଟାଙ୍କି ଫାଙ୍କା ପଡିଛି ଯାହାର ପ୍ରଭାବ ଭାରି ମାତ୍ରାରେ ନାଗରିକଙ୍କ ଉପରେ ପଡିଛି ।