ମହାରାଷ୍ଟ୍ରର: ନାଗପୁର ଜିଲ୍ଲାରେ ଘଟିଛି ଏକ ଆଶ୍ଚର୍ଯ୍ୟ ଜନିକ ଘଟଣା। ନାଗପୁର ଜିଲ୍ଲାର ବୁଟିବରି ପୁଲିସ୍ ଥାନା ଅନ୍ତର୍ଗତ ବାଲଭାରତୀ ପଡିଆ ନିକଟରେ ଏକ କାର୍ଟି ଆସି କୂଅ ଭିତରେ ପଡ଼ିଯାଇଥିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି ।
ଏହି ଘଟଣା ବିଷୟରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ଲୋକେ ତୁରନ୍ତ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଆସି ଘଟଣାର ତଦନ୍ତ ଆରମ୍ଭ କରି ଜାଣିବାକୁ ପାଇଥିଲା ଯେ ସେମାନେ ଗାଡ଼ି ଶିଖିବା ଉଦ୍ଦେଶ୍ୟରେ ପହଂଚି ସେଠାରେ ଗାଡି ଚଲାଉଥିଲେ।
ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ଶରୀରକୁ ଉଦ୍ଧାର କରିଛି। ପ୍ରତାପ ଭୋସ୍ଲେ ବୁଟିବରି ପୁଲିସ୍ ଥାନାର ଇନ୍ସ୍ପେକ୍ଟର ଜଣାଇଛନ୍ତି କି ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି। ଗୋଟାଏ କାର୍ରେ ୩ ଜଣ ଯୁବକ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକ କାର୍ ଶିଖୁଥିଲେ। ଅଚାନକ କାର୍ ଗତି ବୃଦ୍ଧି ପାଇଥିଲା ଓ କାର ଚାଳକ ନିୟନ୍ତ୍ରଣ ହରେଇଥିଲେ ତା ପରେ କାର୍ଟି ଆସି ପଡ଼ିଆ ପାଖରେ ଥିବା ଏକ କୂଅ ଭିତରେ ପଡ଼ି ଯାଇଥିଲା।
ଘଟଣାର ସୂଚନା ମିଳିବା ପରେ ପୁଲିସ୍ ଯାଇ ସେଠାରେ ପହଞ୍ଚି କାର୍ ଓ ୩ ଯୁବକଙ୍କ ମୃତଦେହକୁ କୂଅରୁ ବାହାର କରିଛି ତାହା ସହ ସେମାନଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ସ୍ଥାନାନ୍ତର କରିଛି ।