ପ୍ରୟାଗରାଜରେ ବୁଡ଼ ପକାଇଲେ ଅମ୍ବାନୀଙ୍କର ଚାରିପିଢ଼ୀ

ପ୍ରୟାଗରାଜରେ ଏସିଆର ଏକ ନମ୍ବର ଧନୀ ପରିବାର ବୁଡ଼ ପକାଇଛନ୍ତି ।

୧୪୪ ବର୍ଷ ପରେ ଏପରି ମହାର୍ଘ ଯୋଗ ପଡ଼ିଥିବାରୁ ତା’ର ଫାଇଦା ନେବାକୁ ପଛାଇ ନଥିଲେ ବ୍ୟବସାୟୀ ମୁକେଶ ଅମ୍ବାନୀ ।

ପୁଅବୋହୁଙ୍କୁ ସାଙ୍ଗରେ ଧରି ଧାଇଁଆସିଲେ ପ୍ରୟାଗରାଜ । ଗାଧୁଆ ପାଧୁଆ ସାରି ଆଧ୍ୟାତ୍ମିକ ପରିବେଶ ଭିତରେ କିଛି ସାଧୁସନ୍ଥଙ୍କ ଗହଣରେ କିଛି ସମୟ କଟାଇଥିଲେ ମୁକେଶ । ମା’ କୋକିଳାବେନ୍‌, ପୁଅ ଆକାଶ ଓ ଅନନ୍ତ, ବୋହୁ ଶ୍ଲୋକ ଓ ରାଧିକା, ଅଣନାତି ପୃଥ୍ୱୀ ଓ ବେଦ, ଭଉଣୀ ସାଲଗାଓକାର ଓ ନିନା କୋଠାରୀ, ଶାଶୁ ପୁନମବେନ୍‌ ଦଲାଲ ଓ ତାଙ୍କ ସଂପର୍କୀୟ ମମତାବେନ୍‌ ଦଲାଲଙ୍କୁ ଧରି ମୁକେଶ ତ୍ରିବେଶୀ ସଙ୍ଗମରେ ବୁଡ଼ ପକାଇ ମହାପୂଣ୍ୟ ଅର୍ଜନ କରିଥିଲେ ।