ଆଜି ଲୋକ ସଭାରେ ଆଗତ ହେବ ନୂତନ ଆୟକର ବିଲ, ଆୟକର ଫାଇଲିଂ ଉପରେ ହୋଇପାରେ ବଡ ପରିବର୍ତ୍ତନ

ଆଜି ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂତନ ଆୟକର ବିଲ୍ ଉପସ୍ଥାପନ କରିବେ । ଗତ ଫେବ୍ରୁୟାରୀ  ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ବଜେଟ ଅଧିବେଶନ ରେ କହିଥିଲେ ଯେ,  ନୂତନ ଆଇଟି ବିଲ୍‌ ଅତି ସରଳ ଭାଷାରେ ରହିଛି, ଯାହାକୁ ଲୋକମାନେ ଅତି ସହଜରେ ବୁଝିପାରିବେ। ଏଥିରେ ଟିକସ ପ୍ରଣାଳୀକୁ ସରଳୀକରଣ, ଟିକସ ଦେୟରେ ସୁଧାର ଏବଂ ଟିକସ ଫାଙ୍କି  ନିୟମକୁ ଅଧିକ କଠୋର କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ।

ସାଧାରଣ ଜନତାଙ୍କ ପାଇଁ ଟିକସ ନିୟମକୁ ଅଧିକ ସୁଗମ କରିବା ପାଇଁ ପ୍ରସ୍ତୁତ ଏହି ବିଲ୍, ଯାହାକି ପୁରୁଣା ଆୟକର ଆଇନ  ୧୯୬୧କୁ ପରିବର୍ତନ କରାଯିବ ।  ନୂତନ ଟିକସ ବିଲରେ ୫୩୬ଟି ଧାରା ଏବଂ ୨୩ଟି ଅଧ୍ୟାୟ ରହିଛି  । ଏହି ନୂଆ ବିଲରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ଏହି ନୂତନ ଆୟକର ବିଲ୍‌, ୧ ଏପ୍ରିଲ୍ ୨୦୨୫ ରୁ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଲାଗୁକରିବାକୁ କେନ୍ଦ୍ର ସରକାରଙ୍କର ପ୍ରସ୍ତାବ ରହିଛି ।