ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ନିୟମ

ମଣିପୁର: ମଣିପୁର ମୁଖ୍ୟମନ୍ତ୍ରୀ ପଦରୁ ଏନ୍ ବୀରେନ ସିଂହ ଇସ୍ତଫା ଦେବା ପରେ,  ଗୁରୁବାର ଦିନ କେନ୍ଦ୍ର ସରକାର ଙ୍କ ଦ୍ଵାରା ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି ଏବଂ ମଣିପୁରର ରାଜ୍ୟ ବିଧାନସଭାକୁ ସ୍ଥଗିତ ରଖାଯାଇଛି। କେନ୍ଦ୍ର ସରକାରଙ୍କ  ପକ୍ଷରୁ ମଣିପୁରକୁ  କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।ରାଷ୍ଟ୍ରପତି ଶାସନ ଲାଗୁ ହେବା ପୂର୍ବରୁ, ଏକ ସୁରକ୍ଷା ଯୋଜନା ପ୍ରସ୍ତୁତ କରାଯାଇଥିଲା ଏବଂ ରାଜ୍ୟ ପୋଲିସ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ କୌଣସି ଅପ୍ରୀତିକର ଘଟଣା ରୋକିବା ପାଇଁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖିଥିଲେ।