ଶିକ୍ଷା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ ଅଂଶ ଯାହା ବର୍ତମାନ ଦ୍ଵନ୍ଦରେ ପଡିଛି କାରଣ ୧୩୦୦ ରୁ ଉର୍ଧ ପ୍ରଫେସର ନିଯୁକ୍ତି ପଦ ଖାଲି ରହୁଛି । ପାଖପାଖି ୧୭ ରାଜ୍ୟ ବିଶ୍ୱବିଦ୍ୟାଳୟରେ ପଦ ଖାଲି ଅଛି ।
ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବଜେଟ ଅଧିବେଶନରେ ଏହା ଉଲେଖ କରିଥିଲେ।
ବିଶ୍ୱବିଦ୍ୟାଳୟ ଏହା ସ୍ୱୀକାର କରିକି ମନ୍ତବ୍ୟ ଦେଇଛନ୍ତି, ସେ ନିଜ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ଅତିଥି ଅଧ୍ୟପକ ଗ୍ରହଣ କରୁଛନ୍ତି ।
ଖବର ଅନୁସାରେ ୯୬୩ ଅତିଥି ଅଧ୍ୟପକ ସକ୍ରିୟ ଅଛନ୍ତି ।
ଉଦାହରଣ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ୫୯, ରେଭେନ୍ଶା ବିଶ୍ୱବିଦ୍ୟାଳୟରେ ୮୯, ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୬୪, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୧୩ ଭାବେ ଅତିଥି ଅଧ୍ୟପକ ଅଛନ୍ତି ଲ ଏବଂ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି ।