ଭୁବନେଶ୍ୱର: ‘ମୋ ବସ’ ର ଦୁର୍ଘଟଣା ଏବେ ବହୁ ଚର୍ଚ୍ଚାରେ ରହିଆସୁଛି ।
ନୀତିଦିନ ଖବରରେ ‘ମୋ ବସ’ ଦୁର୍ଘଟଣା ସାମ୍ନାକୁ ଆସୁଛି ଫୁଣି ଏମିତି ଆଉ ଗୋଟେ କାର୍ନାମା କରିଛି ‘ମୋ ବସ’ ।
ଶୁକ୍ରବାର ଆଉ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ‘ମୋ ବସ’ ଚାଳକ ଦ୍ୱାରା ।
ତମାନ୍ଦୋ ଓଭରବ୍ରିଜ ନିକଟରେ ଯାଉଥିବା ସମୟରେ ବସ ଆସି ପିଟି ଦେଇ ୧୦୦ ମିଟିର ପର୍ଯ୍ୟନ୍ତ ଟାଣି ନେଇଥିଲା ଫଳରେ ତାଙ୍କର ସ୍ପଟ ଉପରେ ପ୍ରାଣ ଚାଲିଯାଇଥିଲା ଥିଲା ।
ଲୋକମାନେ କ୍ରୋଧରେ ଘଟଣା ସ୍ଥଳରେ ଆନ୍ଦୋଳନ ଆରମ୍ଭ କରିଦେଇଥିଲେ । ଖବର ଅନୁଯାଇ ବସଟି ଭୁବନେଶ୍ୱରରୁ କଳିଙ୍ଗ ନଗର ଆଡକୁ ଯାଉଥବା ସମୟରେ ସେଠାରୁ ସ୍କୁଟରରେ କିଛି ଲୋକ ଫେରୁଥିଲେ ।
ଅନ୍ୟପଟେ ବସଟି ନାସନାଲ ହାଇବେ ଦେଇ ତଳ ରାସ୍ତା କୁ ଯାଉଥିଲା ଓ ସେହି ସମୟରେ ଗୋଟେ ସ୍କୁଟର କୁ ଧକା ଦେଏ ଆଉ ଗୋଟେ ସ୍କୁଟରକୁ ମଧ୍ୟ ଧକା ଦେଇଥିଲା, ଫୁଣି ସେଠି ଛିଡା ହୋଇଥିବା ମହିଳାଙ୍କୁ ପିଟି ଜୀବନ ନେଇଯାଇଥିଲା ବସ ।