ନୂଆଦିଲ୍ଲୀ: ଦେଖିବାକୁ ଗୋଟିଏ ବିମାନ ଆକାର । ନାଁ ୨୦୨୫ ବିଏକ୍ସ୧, ପୃଥିବୀ ଆଡକୁ ତୀବ୍ର ବେଗରେ ମାଡ଼ିଆସୁଛି ।
୧୫୦ ଫୁଟ ଓସାର ବିଶିଷ୍ଟ ଗ୍ରହାଣୁ ପିଣ୍ଡଟି ୧୬ ତାରିଖ ସକାଳ ୧୦ଟା ୧୫ ମିନିଟ୍ରେ ପୃଥିବୀ ନିକଟ ଦେଇ ଗତି କରିବ । ଘଂଟାକୁ ପ୍ରାୟ ୩୭ ହଜାର କିଲୋମିଟର ବେଗରେ ଗତି କରୁଥିବା ଉକ୍ତ ଗ୍ରହାଣୁ ପିଣ୍ଡଟି ପୃଥିବୀ ପୃଷ୍ଠରୁ ପ୍ରାୟ ୨୭ ଲକ୍ଷ ୬୦ ହଜାର ଦୂରରେ ଥାଇ ତା’ର ଗତିପଥ ବଦଳାଇବ ।
ମହାକାଶରେ ଘୁରି ବୁଲୁଥିବା ଅସଂଖ୍ୟ ଗ୍ରହାଣୁ ପିଣ୍ଡ ସମୟ କ୍ରମେ ପୃଥିବୀ ଆଡ଼କୁ ମାଡ଼ି ଆସନ୍ତି, ସେଗୁଡ଼ିକର ଗତିପଥ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ନାସା ପକ୍ଷରୁ ଏକାଧିକ ଶକ୍ତିଶାଳୀ ରାଡାର ଓ ଦୂରବୀକ୍ଷଣ ଯନ୍ତ୍ର ଖଞ୍ଜାଯାଇଛି । ପୃଥିବୀ ଆଡକୁ ମାଡ଼ି ଆସୁଥିବା ଗ୍ରହାଣୁ ପିଣ୍ଡର ଅସ୍ତିତ୍ୱ ଓ ଅବସ୍ଥିତି ନିରୀକ୍ଷଣ ଓ ପରୀକ୍ଷଣ କରିବା ନାସା’ର ମୁଖ୍ୟ ଉଦ୍ଦେଶ୍ୟ ।