ଭୁବନେଶ୍ୱର: ପୋଲିସ କମିଶନରେଟ ସଫଳ ହାସିଲ କରିଛି ଅନ୍ୟ ଏକ ରାଜ୍ୟର ଅପରାଧୀ ଧରିବାରେ ।
ଅନ୍ୟ ରାଜ୍ୟରୁ ଆସି କିଛି ଦୁର୍ବୁତ୍ତମାନେ ରାଜଧାନୀ ସହରର ଆପାର୍ଟମେଣ୍ଟ ସବୁ ଲୁଟ କରୁଥିଲେ ।
ଅନ୍ୟ ରାଜ୍ୟର କିଛି ଲୁଟେରାମାନେ ମିଳିତ ଭାବେ ଡକାୟତି ଉଦ୍ୟମ କରିଥିଲେ ଯାହାକୁ ପୋଲିସ ଏନ୍କାଉଣ୍ଟର କରିଛି ବାଲିଅନ୍ତା ନିକଟରେ ।
ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ସେହି ଲୁଟେରାମାନେ ସାମ୍ନାକୁ ଆସିଥିଲେ ଏବଂ ପୋଲିସ ତାଙ୍କୁ ଚିହ୍ନଟ କରିଥିଲା ଏକ ଅଭ୍ୟାସଗତ ଅପରାଧୀ ‘ଅର୍ଜୁନ’ ଭାବେ । ରିପୋର୍ଟ ଅନୁଯାୟୀ, ପୋଲିସ ଅପରାଧୀମାନଙ୍କୁ କାବୁ କରିବାକୁ ଚେଷ୍ଟା ଚଳାଇଥିଲା, ଯେତେବେଳେ ଅପରାଧୀମାନେ ପ୍ରଥମେ ଗୁଳି ଚାଲାଣ କରିଥିଲେ, ପୋଲିସ ପ୍ରତିକ୍ରିୟାରେ ଗୁଳି ଚାଲାଣ ଆରମ୍ଭ କରିଥିଲା
ଫଳରେ ଗୁଳିଟି ଅପରାଧିର ବାମ ଗୋଡ଼ରେ ବାଜି ଥିଲା ଏହାର ସୁଯୋଗ ନେଇ ଅନ୍ୟ ସାଥିମାନେ ଫେରାର ହୋଇଗଲେ । ସ୍ଥାନୀୟ ଲୋକମାନେ ଆସା କରିଛନ୍ତି ଆପାର୍ଟମେଣ୍ଟରେ ଲୂଟପାଟ ସ୍ଥଗିତ ରହିବ । ଅର୍ଜୁନକୁ ଆହତ ଅବସ୍ଥାରେ କ୍ୟାପିଟାଲରୁ ଏମ୍ସ ସ୍ଥାନାନ୍ତର କରାଯାଇଛି ।