ରାଜ୍ୟ ବଜେଟ ୨୦୨୫-୨୬: ୨ଲକ୍ଷ ୯୦ ହଜାର କୋଟିର ବ୍ୟୟ ବରାଦ

ଭୁବନେଶ୍ବର: ଗତକାଲି ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଓଡିଶାରେ ବିଜେପ ସରକାର ଗଢିଲା ପରେ ଏହା ହେଉଛି ବିଜେପି ର ପ୍ରଥମ ପୂର୍ଣାଙ୍ଗ ବଜେଟ । ଏହି ବଜେଟ ରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

ଚଳିତ ବଜେଟରେ କୃଷି କ୍ଷେତ୍ରକୁ ସରକାର ଅଧିକ ପ୍ରାଧାନ୍ଯ  ଦେଇଥିବା ଦେଖିବାକୁ ମିଳିଛି। ଏଥି ସହିତ କିଛି ନୂଆ ଯୋଜନା ସହ ଶିକ୍ଷା, ଗମନାଗମନ, କ୍ରିଡ଼ା, ସ୍ବାସ୍ଥ୍ୟ ଓ ଜଳସେଚନ ଏସବୁକୁ ମଧ୍ୟ ନଜରରେ ବଜେଟ ଉପସ୍ଥାପନା କରାଯାଇଛି।

ଓଡ଼ିଶାରେ କୃଷି ଓ କୃଷକଙ୍କ ବିକାଶ ପାଇଁ ରାଜ୍ୟ ସରକାର ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତିକୁ ପ୍ରାଥମିକତା ଦେଇ ରାଜ୍ୟ ବଜେଟ୍ ୨୦୨୫-୨୬ ରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ପାଇଁ ₹୩୭,୮୩୮ କୋଟିର ବ୍ୟୟବରାଦ ହୋଇଛି, ଯାହାକି ଗତ ଆର୍ଥିକ ବର୍ଷ ବଜେଟ୍ ତୁଳନାରେ ପ୍ରାୟ ୧୨% ଅଧିକ ରହିଛି ଏବଂ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ₹ ୧୬,୨୭୩ କୋଟିର ବଜେଟ ରହିଛି । ଗ୍ରାମୀଣ ବିକାଶ ନିମନ୍ତେ ₹୩୯,୨୨୧ କୋଟିର ବ୍ୟୟବରାଦ ହୋଇଛି, ଯାହାକି ମୋଟ୍ ବଜେଟ୍ ର ୧୩.୫% ରହିଛି।

ଶିକ୍ଷା କ୍ଷେତ୍ର ପାଇଁ ₹୪୧,୨୭୩ କୋଟିର ଅଟୋକଳ ହୋଇଥିବା ବେଳେ ମହିଳା ଓ ଶିଶୁ ବିକାଶ ପାଇଁ ₹୧୭,୯୯୮ କୋଟି ବ୍ୟୟବରାଦ ହୋଇଛି ଯେଉଥିରେ ସୁଭଦ୍ରା ଯୋଜନା ପାଇଁ ₹୧୦,୧୪୫ ଏବଂ ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ନିମନ୍ତେ ₹୪୯୨ କୋଟିର ବଜେଟ ରହିଛି ।  ନଗର ଉନ୍ନୟନ ପାଇଁ ₹୯,୯୮୫ କୋଟିର ବ୍ୟୟବରାଦ ହୋଇଛି ।