ଶକ୍ତିଶାଳୀ ଦେଶଗୁଡ଼ିକର ‘ମେରି ରାୟ’ ନୀତି ୟୁକ୍ରେନ ଭଳି ଛୋଟ ଛୋଟ ଦେଶ ପାଇଁ ମହାବିପଦ ମନେହୁଏ । ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଦାୟିତ୍ୱ ବହନ କରିବା ପରେ ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ-ରୁଷିଆ ଲଢେ଼ଇକୁ ଯେକୌଣସି ମତେ ବନ୍ଦ କରିବାକୁ ବଜ୍ର ଶପଥ ନେଇଥିଲେ ।
ତଦନୁଯାୟୀ ଆଗାମୀ ଦିନରେ ୟୁକ୍ରେନରେ ଅନୁଷ୍ଠିତ ଶାନ୍ତି ଆଲୋଚନାରେ ଡୋନାଲ୍ଡ ଟ୍ରମ୍ପ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମୀର ପୁଟିନ ଏକାଠି ହେବେ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଉକ୍ତ ଆଲୋଚନାକୁ ୟୁକ୍ରେନ ରାଷ୍ଟ୍ରପତି ବୋଲୋଡିମିର ଜେଲେନ୍ସ୍କିଙ୍କୁ ଆମନ୍ତ୍ରଣ କରାଯାଇନି ।
ଦୁଇଟି ଶକ୍ତିଶାଳୀ ଦେଶ ଆମେରିକା ଓ ରୁଷିଆର ମର୍ଜି ଉପରେ ଯୁଦ୍ଧ ଜର୍ଜରିତ ଦେଶ ୟୁକ୍ରେନ୍ ଭାଗ୍ୟ ଛାଡ଼ି ଦିଆଯିବା କେତେଦୂର ଯୁକ୍ତିସଙ୍ଗତ? ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ସାରା ବିଶ୍ୱକୁ ବିଚଳିତ କରିଛି । ତିନିବର୍ଷରୁ ଅଧିକ ସମୟ ଧରି ୟୁକ୍ରେନ-ରୁଷିଆ ଲଢେ଼ଇ ଚାଲିଛି । ଯୋଉ ଦେଶରେ ଲଢେ଼ଇ ଚାଲିଛି, ସେହି ଦେଶକୁ ଆଲୋଚନାରେ ବସିବାକୁ ସୁଯୋଗ ଦିଆ ନଯିବା ଘୋର ପରିତାପର ବିଷୟ ।