ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶରଜନସାଧାରଣଙ୍କୁ ରାଜ୍ୟ ଦିବସରେ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀମଧ୍ୟ କହିଛନ୍ତି, ଅରୁଣାଚଳ ପ୍ରଦେଶ ତାହାର ସମୃଦ୍ଧ ପରମ୍ପରା ଏବଂପ୍ରକୃତି ସହ ଗଭୀର ସମ୍ପର୍କ ପାଇଁ ପରିଚିତ ।ଶ୍ରୀ ମୋଦୀ ଏହା ମଧ୍ୟକାମନା କରିଛନ୍ତି, ଅରୁଣାଚଳ ପ୍ରଦେଶ ନିରନ୍ତର ସମୃଦ୍ଧ ହେଉ ଏବଂଆଗାମୀ ବର୍ଷ ମାନଙ୍କରେ ଏହାର ପ୍ରଗତି ଓ ସଦଭାବର ଯାତ୍ରାନିରନ୍ତର ଆଗକୁ ବଢ଼ି ଚାଲୁ ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ଅରୁଣାଚଳ ପ୍ରଦେଶର ଜନସାଧାରଣଙ୍କୁ ସେମାନଙ୍କୁ ରାଜ୍ୟ ଦିବସରେଅଭିନନ୍ଦନ! ଏହି ରାଜ୍ୟ ନିଜର ସମୃଦ୍ଧ ପରମ୍ପରା ଏବଂ ପ୍ରକୃତି ସହଗଭୀର ସମ୍ପର୍କ ପାଇଁ ପରିଚିତ ଅରୁଣାଚଳ ପ୍ରଦେଶର ପରିଶ୍ରମୀ ଓଗତିଶୀଳ ଜନସାଧାରଣ ଭାରତର ବିକାଶରେ ଅନେକ ଯୋଗଦାନଦେଉଛନ୍ତି । ଏହାର ଜୀବନ୍ତ ଆଦିବାସୀ ଏବଂ ଲୋଭନୀୟ ଜୈବବିବିଧତା ଏହାକୁ ବାସ୍ତବରେ ସ୍ୱତନ୍ତ୍ର କରିଛି । ଅରୁଣାଚଳ ପ୍ରଦେଶରଉନ୍ନତି ଜାରି ରହୁ ଏବଂ ଆଗାମୀ ବର୍ଷ ମାନଙ୍କରେ ଏହାର ପ୍ରଗତି ଓସଦଭାବର ଯାତ୍ରା ଆଗେଇ ଚାଲୁ ।”