ଫେବୃଆରୀ ୨୨ରେ ମହାରାଷ୍ଟ୍ରର ଛତ୍ରପତି ସମ୍ୱାଜି ନଗର ପରିଦର୍ଶନ କରିବେ ଉପରାଷ୍ଟ୍ରପତି

୨୦୨୫ ଫେବୃଆରୀ ୨୨ରେ ମହାରାଷ୍ଟ୍ରର ଛତ୍ରପତି ସମ୍ୱାଜୀ ନଗରକୁ ଦିନିକିଆ ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ । ଏହି ଗସ୍ତ ସମୟରେ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ ସମ୍ୱାଜୀ ନଗରରେ ଡକ୍ଟର ବାବାସାହେବ ଆମ୍ବେଦକର ମରାଠୱାଡା ବିଶ୍ୱବିଦ୍ୟାଳୟର ୬୫ତମ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ସେ ସମ୍ୱାଜି ନଗରର ଏସବି କଲେଜରେ ସମ୍ବିଧାନ ସଚେତନତା ବର୍ଷ ଏବଂ ଅମୃତ ମହୋତ୍ସବଜେ ମଧ୍ୟ ଉଦ୍ଘାଟନ କରିବେ । ଶ୍ରୀ ଧନଖଡ ଏଲୋରାର ଗ୍ରୀଶ୍ନେଶ୍ଵର ମନ୍ଦିରରେ ପ୍ରାର୍ଥନା କରିବେ ଏବଂ ଏଲୋରା ଗୁମ୍ଫା (କୈଳାଶ ଗୁମ୍ଫା) ମଧ୍ୟ ପରିଦର୍ଶନ କରିବେ ।