କିଟ୍ ଇତିହାସ ସମସ୍ତଙ୍କୁ ଜଣା । ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା । ସମସ୍ତେ କିଟ୍ ଭଗବାନ ଅଚ୍ୟୁତ ସାମନ୍ତ ଓ ତାଙ୍କ ବଂଶ ଇତିହାସ ଜାଣନ୍ତି । କିନ୍ତୁ କେହି ପାଟି ଖୋଲନ୍ତିନି । କ’ଣ ଦରକାର? ସରକାରୀ ଅଧିକାରୀଙ୍କୁ ଖୁଆଇ ପିଆଇ ରାଜଧାନୀର ମୁଖ୍ୟ ଅଂଚଳରେ କିଟ୍ ସାମ୍ରାଜ୍ୟ ପ୍ରତିଷ୍ଠା କରିଛନ୍ତି ଅଚ୍ୟୁତ ସାମନ୍ତ । ଗୁଡ଼ାଏ ଅନାମଧ୍ୟେୟ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି ପାଇଁ ଅଚ୍ୟୁତ ସାମନ୍ତ ସରକାରଙ୍କ ଗେହ୍ଲାପୁଅ ଭାବେ ବେଶ ସୁବିଧା ଉପଭୋଗ କରି ଆସୁଥିଲେ । ବିଜେପି ଆଖିରେ କଳାପଟି ବାନ୍ଧି ଅଚ୍ୟୁତ ସାମନ୍ତ କିଛି କରିନାହାନ୍ତି ।
ଯାହା କରିଛନ୍ତି, ବିଜେପି ନେତାମାନଙ୍କ ଜାଣତରେ କରିଛନ୍ତି । କିଟ୍ ନିକଟରୁ ମାତ୍ର ୧ କିଲୋମିଟର ଦୂରରେ ରହିଛି ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହାତଗଢ଼ା ସଂସ୍ଥା ଓଟିଭି । ବିଜେଡି ସାଂସଦ ହେବା ପୂର୍ବରୁ ତାଙ୍କର ପରିଚୟ କିଟ୍ ମୁଖ୍ୟ ଥିଲା । ସାଂସଦ ପଦ ଚାଲିଯିବା ପରେ ମଧ୍ୟ ତାଙ୍କ ପରିଚୟ କିଟ୍ ମୁଖ୍ୟ ହୋଇ ରହିଛି । ଅଚ୍ୟୁତଙ୍କ ନାମରେ ଯାବତୀୟ କେଳେଙ୍କାରୀ ଅଭିଯୋଗ ରହିଛି, ହାତୀ ପଛରେ କୁକୁର ଭୋକିବା ମାମୁଲି କଥା । ଆମ ମତଲବକୁ ଅଡୁଆ ବୁଝିବେନି ।ବିଜେଡିକୁ ପକେଟରେ ରଖି ଅଚ୍ୟୁତ ସାମନ୍ତ ପୂର୍ବରୁ ଯେମିତି ସବୁ ପାପରୁ ମୁକ୍ତି ପାଇଗଲେ, ଏବେ ବିଜେପି ପାଣ୍ଠିକୁ ମୋଟା ଅଙ୍କ ଦେଇ ନେପାଳୀ କଳଙ୍କ ଧୋଇଦିଅନ୍ତୁ ।
ବିଜେଡି ହେଉ କି ବିଜେପି, ସମସ୍ତଙ୍କର ଗୋଟିଏ ନିଶା, ଟଙ୍କା ଆଉ ଟଙ୍କା । ଟଙ୍କା ବିନା ନିର୍ବାଚନ ଜିତିବା କଷ୍ଟକର । ଟଙ୍କା ପାଇଁ ବଡ଼ବଡ଼ ଶିକ୍ଷାନୁଷ୍ଠାନର ଛୋଟିଆ କଣା ବିଜେପି ଆଖିରେ ପଡ଼ିଯାଉଛି । ଅଚ୍ୟୁତ ବାବୁ, ଆଦୌ ଡରନ୍ତୁ ନାହିଁ । ପେଟ ଅଛି ମାନେ ଭୋକ ଅଛି, ଦଳଟିଏ ଗଢ଼ିଛନ୍ତି ମାନେ ଶାସନ କରିବାର ଭୋକ ଅଛି । ଆପଣ ଜଣେ ପୋଖତ ବେପାରୀ । ବିଜେପିକୁ ବଶ କରିବାର ସବୁ କଳା ଆପଣଙ୍କୁ ମାଲୁମ । ବିଜେପି ମହାସମୁଦ୍ରର ଢେଉ ଯେତେ ଉଚ୍ଚ ହେଉ, ଆଦୌ ଡରିବାର ନାହିଁ । ସାହସର ସହିତ ସାମ୍ନା କରନ୍ତୁ, ଭୋଗ ଲଗାଇ ଖସିଯାଆନ୍ତୁ ।