ଚାରିଟି ଭାରତୀୟ କମ୍ପାନୀକୁ ଟ୍ରମ୍ପଙ୍କ ଚାବୁକ୍‌

ଇରାନର ବେଆଇନ ପେଟ୍ରୋଲିୟମ୍‌ ଓ ପେଟ୍ରୋ କେମିକାଲ୍‌ସ ପରିବହନ କାମରେ ସହଯୋଗ କରି ଆସୁଥିବା ଚାରୋଟି ଭାରତୀୟ କମ୍ପାନୀ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛି ଯୁକ୍ତରାଷ୍ଟ୍ର ଆମେରିକା । ସୂଚନା ମୁତାବକ ଭାରତୀୟ କମ୍ପାନୀ ଫ୍ଲକ୍ସ ମେରିଟାଇମ୍‌ ଜାହାଜରେ ହଜାର ହଜାର ପରିମାଣର ବ୍ୟାରେଲ ଭରା ଅଶୋଧିତ ତୈଳ ମହଜୁଦ ଥିଲା ।

ଜାହାଜଟି ଗଭୀର ସମୁଦ୍ର ଭିତରେ ନଙ୍ଗର ପକାଇଥିବା ଆଉ ଗୋଟିଏ ତୈଳ ଜାହାଜ ନିକଟକୁ ଯାଉଥିଲା, ଉଦ୍ଦେଶ୍ୟ ଥିଲା ଉକ୍ତ ଜାହାଜକୁ ଅଶୋଧିତ ତୈଳ ହସ୍ତାନ୍ତର କରିବା । ଫେବୃଆରୀ ୪ ତାରିଖରେ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଇରାନ୍‌ ବିରୋଧୀ ନୋଟିସ୍‌ ଜାରି କରାଯାଇଥିଲା । ସେହିଦିନଠାରୁ ଆଜି ସୁଦ୍ଧା ପ୍ରାୟ ୧୬ଟି ଛୋଟବଡ଼ ଜାହାଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆନ୍ତର୍ଜାତିକ ବାସନ୍ଦର ସମ୍ମୁଖୀନ ହେବା ପରେ ମଧ୍ୟ ଇରାନ୍‌ ତା’ର ବନ୍ଧୁ ଦେଶଗୁଡ଼ିକୁ ଅଶୋଧିତ ତୈଳ ବିକ୍ରୟ କରି ସେ ବାବଦକୁ ପାଉଥିବା ପାଉଣାରେ ଆତଙ୍କୀ କାର୍ଯ୍ୟକଳାପ ଜାରି ରଖିଛି ।