ସାରା ଦେଶରେ ଆନନ୍ଦ ଏବଂ ଉତ୍ସାହର ସହିତ ମହାଶିବରାତ୍ରୀ ପର୍ବ ପାଳନ କରାଯାଉଛି । ମହାଶିବରାତ୍ରି ପର୍ବକୁ ବହୁତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଭକ୍ତମାନେ ଏହି ଦିନ ଭଗବାନ ଶିବଙ୍କର ଜଳାଭିଷେକ କରନ୍ତି ଏବଂ ତାଙ୍କର ଆଶୀର୍ବାଦ ପାଆନ୍ତି । ମହାଶିବରାତ୍ରିରେ ଶିବଙ୍କର ଜଳାଭିଷେକ ଏବଂ ରୁଦ୍ରାଭିଷେକ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୁଏ । ରାଜଧାନୀର ଲିଙ୍ଗରାଜ ମନ୍ଦିର,କଟକର ଧବଳେଶ୍ବର, ଗଡ଼ଗଡ଼େଶ୍ବର ପୀଠ, ଭଦ୍ରକର ଆଖଣ୍ଡଳମଣି, ଢେଙ୍କାନାଳର କପିଳାସ, ନୟାଗଡ଼ର ଲଡ଼ୁବାବା ପୀଠ, ସମ୍ବଲପୁରର ପ୍ରସିଦ୍ଧ ଶୈବ ପୀଠ ହୁମା ବିମଳେଶ୍ବର ବାବାଙ୍କ ବକ୍ର ମନ୍ଦିର, ପୁରୀର ଲୋକନାଥ ମନ୍ଦିର ଓ ରାଉରକେଲାର ବେଦବ୍ୟାସ ଆଦି ଶୈବପୀଠରେ ଆଜି ଭୋର ସମୟରୁ ହଜାର ହଜାର ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।